fbpx

ପାର୍ସୀମାନେ ନା ଶବକୁ ଜଳାନ୍ତି, ନା ପୋତନ୍ତି, ଜାଣନ୍ତୁ କିପରି ହେବ ରତନ ଟାଟାଙ୍କ ଶବଦାହ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଅକ୍ଟୋବର ୯ ତାରିଖ ରାତିରେ ପରଲୋକ ଘଟିଛି। ସେ ୮୬ ବର୍ଷରେ ସାରା ଦୁନିଆରୁ ବିଦାୟ ନେଇଛନ୍ତି। ଆଜି ରତନ ଟାଟାଙ୍କ ଶବଦାହ ବର୍ଲିରେ ରାଜକୀୟ ସମ୍ମାନ ସହ କରାଯିବ। ରତନ ଟାଟା ପାର୍ସୀ ଥିଲେ। ଏଥିପାଇଁ ତାଙ୍କ ଶବଦାହ ପାର୍ସୀ ରିତି-ନୀତି ଅନୁଯାୟୀ କରାଯିବ। ଆସନ୍ତୁ ଜାଣିବା ଏହି ବିଷୟରେ..

ପାର୍ସୀ ଲୋକଙ୍କ ଶବଦାହ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନମାନଙ୍କଠାରୁ ଭିନ୍ନ। ହିନ୍ଦୁ ଶବକୁ ଜଳାନ୍ତି। ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ଶବକୁ ପୋତାଯାଇଥାଏ। ପାର୍ସୀ ଲୋକେ ଶବକୁ ଖୋଲାରେ ସୂର୍ଯ୍ୟ ଏବଂ ପକ୍ଷୀମାନଙ୍କ ପାଇଁ ଛଡାଯାଇଥାଏ। ଅର୍ଥାତ ଶବକୁ ଚିଲ ଏବଂ ଶାଗୁଣାଙ୍କୁ ଦିଆଯାଇଥାଏ। ବୌଦ୍ଧ ଧର୍ମର ଲୋକେ ଏହିପରି ଶବଦାହ କରିଥାଆନ୍ତି।

ପାର୍ସୀମାନେ ଶବଦାହର ଏହି ପ୍ରକ୍ରିୟା ୩୦୦୦ ବର୍ଷରୁ କରିଆସୁଛନ୍ତି। ଶବଙ୍କୁ ଯେଉଁ ସ୍ଥାନରେ ଛାଡିକି ଆସନ୍ତି, ତାକୁ ଟାୱାର ଅଫ ସାଇଲେନ୍ସ କୁହାଯାଏ। ଏହା ଏକ ବୃତ୍ତାକାର ବିଲ୍ଡିଂ। କିନ୍ତୁ ଏହା ଖୋଲା ଥାଏ। ପାର୍ସୀ ଲୋକେ କୁହନ୍ତି ଯେ, ଶବକୁ ଆକାଶରେ ପୋତାଯାଏ। ଏହି ପ୍ରକ୍ରିୟାକୁ ଦୋଖମେନସିନି କୁହନ୍ତି। ଯେତେବେଳେ ପାର୍ସୀ ସମୁଦାୟର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ସେତେବେଳେ ତାଙ୍କ ଶବକୁ ଏହି ଟାୱାର ଅଫ ସାଇଲେନ୍ସରେ ଛାଡିଦିଆଯାଇଥାଏ।

Get real time updates directly on you device, subscribe now.