fbpx

ଆଧାର କାର୍ଡରୁ କେତେ ଟଙ୍କା ଉଠାଇ ପାରିବେ ଆପଣ? ଏହା ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ଭାରତରେ ଆପଣଙ୍କର ପ୍ରାୟ ସମସ୍ତ କାର୍ଯ୍ୟ ଏବଂ କିଣାକିଣି ବର୍ତ୍ତମାନ ଅନଲାଇନ୍ ପେମେଣ୍ଟ ମାଧ୍ୟମରେ କରାଯାଉଛି । ତେଣୁ ବର୍ତ୍ତମାନ ଲୋକଙ୍କୁ ଅଧିକ ନଗଦ ବହନ କରିବାର ଆବଶ୍ୟକତା ନାହିଁ । କିନ୍ତୁ ଅନେକ କାର୍ଯ୍ୟ ପାଇଁ ନଗଦ ଆବଶ୍ୟକ ।

ଭାରତରେ ଯଦି କାହାକୁ ନଗଦ ଦରକାର ହୁଏ, ତେବେ ତାଙ୍କୁ ବ୍ୟାଙ୍କକୁ ଯିବାକୁ ପଡିବ । କିମ୍ବା ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମକୁ ଯିବାକୁ ପଡିବ । କିନ୍ତୁ ଏହା ବ୍ୟତୀତ ଆପଣଙ୍କର ଆଉ ଏକ ସରଳ ପଦ୍ଧତି ଅଛି । ଆପଣ ଆଧାର କାର୍ଡ ମାଧ୍ୟମରେ ମଧ୍ୟ ନଗଦ ଟଙ୍କା ଉଠାଇ ପାରିବେ । ଆଧାର କାର୍ଡ ସାହାଯ୍ୟରେ କିପରି ଟଙ୍କା ପ୍ରତ୍ୟାହାର କରିବେ । ଏହା ପାଇଁ ପ୍ରକ୍ରିୟା ଏବଂ ସୀମା କ’ଣ ତାହା ଆସନ୍ତୁ ଜାଣିବା ।

ଏହିପରି ଆଧାର କାର୍ଡରୁ ଟଙ୍କା ଉଠାନ୍ତୁ :-

ବର୍ତ୍ତମାନ ଯଦି ଆପଣ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବ୍ୟାଙ୍କ କିମ୍ବା ଏଟିଏମ୍ ମେସିନ୍ ଯିବାକୁ ପଡିବ ନାହିଁ । ଯଦି ଆପଣ ଚାହାଁନ୍ତି, ଆପଣ ଆପଣଙ୍କର ଆଧାର କାର୍ଡ ବ୍ୟବହାର କରି ଟଙ୍କା ମଧ୍ୟ ଉଠାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କର ଆଧାର କାର୍ଡ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ଥିବା ଆବଶ୍ୟକ, ସେତେବେଳେ ଯାଇ ଆପଣ ଏହି ସୁବିଧା ବ୍ୟବହାର କରିବାରେ ସମର୍ଥ ହେବେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଆଧାର କାର୍ଡରୁ ଟଙ୍କା ଉଠାଇବା ପାଇଁ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (ଏଇପିଏସ) ଆରମ୍ଭ କରିଛି । ଯାହା ମାଧ୍ୟମରେ ଆପଣ ଆଧାର କାର୍ଡ ବ୍ୟବହାର କରି ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଲଗାଇ ଯେକୌଣସି ମାଇକ୍ରୋ ଏଟିଏମରୁ ଟଙ୍କା ଉଠାଇ ପାରିବେ ।

ଏହି ପ୍ରକ୍ରିୟାକୁ ଫଲୋ କରନ୍ତୁ :-

ସର୍ବପ୍ରଥମେ ଆପଣଙ୍କୁ ମାଇକ୍ରୋ ଏଟିଏମରେ ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡ ନମ୍ବର ଏଣ୍ଟର କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଯାଞ୍ଚ ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନରରେ ଆଙ୍ଗୁଠି ପ୍ରିଣ୍ଟ ଦେବାକୁ ପଡିବ । ଏହା ପରେ ଆପଣଙ୍କୁ ଅନେକ କାରବାର ବିକଳ୍ପ ଦେଖାଯିବ । ଯେଉଁଥିରେ ଆପଣ ଟଙ୍କା ଟ୍ରାନ୍ସଫର ଏବଂ ଟଙ୍କା ଉଠାଇବାର ବିକଳ୍ପ ପାଇବେ । ସେଥିରେ ଯଦି ଆପଣ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ମନି ୱିଡ୍ରୋ ବିକଳ୍ପ ଉପରେ କ୍ଲିକ୍ କରି ରାଶି ଏଣ୍ଟା କରିବାକୁ ପଡିବ । ଏହା ପରେ ବ୍ୟାଙ୍କ ଅପରେଟର ଆପଣଙ୍କୁ ଟଙ୍କା ଦେବେ । ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ମେସେଜ୍ ମାଧ୍ୟମରେ ସୂଚନା ମିଳିଯିବ ।

ଏଥିପାଇଁ ସୀମା କ’ଣ?

ଆଧାର କାର୍ଡରୁ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଭିନ୍ନ ସୀମା ଧାର୍ଯ୍ୟ କରିଛନ୍ତି । କେତେକ ବ୍ୟାଙ୍କରେ ଏହି ସୀମା ୧୦ ହଜାର ଟଙ୍କା ରହିଛି ତ’ ଆଉ କେତେକ ବ୍ୟାଙ୍କରେ ଏହି ସୀମା ୫୦ ହଜାର ଟଙ୍କା ରହିଛି । ସୁରକ୍ଷା ଦୃଷ୍ଟିରୁ କିଛି ବ୍ୟାଙ୍କ ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମକୁ ଡିସେବଲ କରିଛନ୍ତି ।

Get real time updates directly on you device, subscribe now.