fbpx

ଡ୍ୟୁଟି ସମୟରେ ସହିଦ ହେଲେ ଓଡ଼ିଆ ଯବାନ: ୪ ବର୍ଷ ପୂର୍ବ କରିଥିଲେ ବିବାହ, ଅନାଥ ହୋଇଗଲେ ଦୁଇ ଶିଶୁକନ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରାର ସମସ୍ତ ଖୁସିକୁ ଫିକା କରିଦେଇଛି ଗୋଟିଏ ଦୁଃଖ ଖବର । ପୂଜାରେ ନିଜର ପରିବାର ଓ ବନ୍ଧୁ ପରିଜନଙ୍କ ଆଖିରେ ଲୁହ ଭରିଦେଇଛନ୍ତି ଜଣେ ଓଡ଼ିଆ ଯବାନ । ମହାରାଷ୍ଟ୍ରର ନାଶିକରେ କାର୍ଯ୍ୟରତ ଥିବା ସମୟରେ ଘସିପୁର ବ୍ଲକର କଶେଦୁରାପାଳ ଗ୍ରାମର ହରିଶ ଦବେ ବାରିକଙ୍କର ହୃଦଘାତରେ ପରଲୋକ ଘଟିଛି । ହରିଶଙ୍କର ମର ଶରୀର ବିମାନରେ ଭୁବନେଶ୍ୱର ଆସିବା ପରେ ସେଠାରୁ ତାଙ୍କର ପୈତୃକ ଗ୍ରାମ କଶେଦୁରାପାଳ ଗ୍ରାମକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ଲୋକ ସାମିଲ ହୋଇଥିଲେ ।

୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିବା ହରିଶଙ୍କ ମୃତ୍ୟୁ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ୪ ବର୍ଷ ପୂର୍ବେ ବିବାହ କରିଥିବା ହରିଶ ଆଜି ତାଙ୍କର ପତ୍ନୀ, ଦୁଇ ଶିଶୁକନ୍ୟା ଓ ପିତାମାତାଙ୍କୁ ଏକାକରି ଛାଡ଼ି ଚାଲିଯାଇଛନ୍ତି । ଏଭଳି ଜଣେ ଯୁବ ଯବାନଙ୍କୁ ଅକାଳରେ ହରାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ନାଶିକରୁ ଆସିଥିଲା ଏକ ବଡ଼ ଦୁଃଖ ଖବର । ଟ୍ରେନିଂ ସମୟରେ ବିସ୍ଫୋରଣ ଘଟିବା ଫଳରେ ଦୁଇଜଣ ଅଗ୍ନିବୀର ସହିଦ ହୋଇଥିଲେ । ନାଶିକ ଆର୍ଟିଲେରୀ ସେଣ୍ଟରରେ ଟ୍ରେନିଂ ଚାଲିଥିବା ସମୟରେ ବିସ୍ଫୋରଣ ଘଟିବାରୁ ଦୁଇ ଅଗ୍ନିବୀରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରି ଗୋହିଲ ସିଂହ ଓ ସାଇଫାତତ ଶିଟ ବୋଲି ଚିହ୍ନଟ କରାଯାଇଥିଲା । ଲାଇଭ-ଫାୟାର ଏକ୍ସରସାଇଜ ସମୟରେ ଏହି ଦୁଇ ଅଗ୍ନିବୀର ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.