fbpx

Matric, +୨ ପିଲାଙ୍କୁ ଚେତାବନୀ: ସ୍କୁଲରେ Attendance କମିଲେ ପରୀକ୍ଷାରୁ ବାଦ୍ ପଡ଼ିବେ ଛାତ୍ରଛାତ୍ରୀ

ଓଡ଼ିଶା ଭାସ୍କର: ମାଟ୍ରିକ ଏବଂ +୨ ପିଲାମାନଙ୍କ ପାଇଁ ପରୀକ୍ଷା ତାରିଖ ଘୋଷଣା ହୋଇଯାଇଛି । ବୋର୍ଡ ପରୀକ୍ଷା ଦେବା ପୂର୍ବରୁ ସ୍କୁଲରେ ଯଥେଷ୍ଟ ଆଟେଣ୍ଡାନ୍ସ ରହିବା ଅନିର୍ବାଯ୍ୟ । ସ୍କୁଲରେ ୭୫ ପ୍ରତିଶତରୁ କମ୍ ଉପସ୍ଥିତି ଥିଲେ ବୋର୍ଡ ପରୀକ୍ଷାରେ ସାମିଲ ହୋଇପାରିବେ ନାହିଁ ଛାତ୍ରଛାତ୍ରୀ । ଏ ନେଇ ବୋର୍ଡ ପକ୍ଷରୁ ପିଲାମାନଙ୍କୁ ପୁଣିଥରେ ମନେ ପକାଇ ଦିଆଯାଇଛି । ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସୂଚନା ଦିଆଯାଇଛି । ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରତ୍ୟେକ ପିଲାଙ୍କୁ ସ୍କୁଲରେ ୭୫% ଉପସ୍ଥିତି ହାସଲ କରିବା ନିତ୍ୟାନ୍ତ ଆବଶ୍ୟକ ।

ତେବେ କିଛି ସ୍ୱତନ୍ତ୍ର ମାମଲାରେ ବୋର୍ଡ ୨୫% ଉପସ୍ଥିତି ଛାଡ଼ କରିପାରେ । ମେଡିକାଲ ଇମରଜେନ୍ସି, ରାଷ୍ଟ୍ରୀୟ ଖେଳରେ ସାମିଲ ହେବା କିମ୍ବା ଅନ୍ୟ କୌଣସି ଗମ୍ଭୀର କାରଣ ଥିଲେ ପିଲା ୨୫% ପର୍ଯ୍ୟନ୍ତ ଉପସ୍ଥିତି ଛାଡ଼ କରିପାରେ ବୋଲି ଗାଇଡଲାଇନରେ ଉଲ୍ଲେଖ କରିଛି । ତେବେ ଏତିପାଇଁ ପିଲାଙ୍କ ଏହି କାରଣ ସମ୍ବନ୍ଧୀୟ ଯଥେଷ୍ଟ ତଥ୍ୟ ଏବଂ ପ୍ରମାଣ ଦେବାକୁ ପଡ଼ିବ । ସ୍କୁଲରେ ପିଲାମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପାଇଁ କହିଛି ବୋର୍ଡ । ଏହି ନୋଟିସରେ କୁହାଯାଇଛି ଯେ, ସ୍କୁଲକୁ ନିୟମିତ ଭାବରେ ଆଟେଣ୍ଡାନ୍ସ ଉପରେ ନଜର ରଖିବା ଉଚିତ୍ । ଆଟେଣ୍ଡାନ୍ସ ରେଜିଷ୍ଟରକୁ ମଧ୍ୟ ପ୍ରତିଦିନ ଅପଡେଟ କରିବା ଆବଶ୍ୟକ । ଏଥିରେ ଶ୍ରେଣୀ ଶିକ୍ଷକଙ୍କ ସହ ସକ୍ଷମ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ରହିବା ଜରୁରୀ ବୋଲି କହିଛି ବୋର୍ଡ । ଯେକୌଣସି ସମୟରେ ବୋର୍ଡର ନିରୀକ୍ଷଣ ପାଇଁ ରେଜିଷ୍ଟର ପ୍ରସ୍ତୁତ ରହିବା ଆବଶ୍ୟକ ।

ସେହିପରି ବୋର୍ଡ ପିଲାମାନଙ୍କ ଉପସ୍ଥିତି ପରୀକ୍ଷା କରିବା ପାଇଁ ସିବିଏସଇ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ନିରୀକ୍ଷଣ କରାଯାଇପାରେ । ଏଥିରେ କୌଣସି ତ୍ରୁଟି ଦେଖିଲେ ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସ୍କୁଲର ମାନ୍ୟତା ମଧ୍ୟ ରଦ୍ଦ ହୋଇପାରେ ବୋଲି କହିଛି ସିବିଏସଇ । ଏହାସହିତ ସମ୍ପୃକ୍ତ ପିଲାମାନଙ୍କୁ ପରୀକ୍ଷାରେ ସାମିଲ ହେବା ପାଇଁ ଅଯୋଗ୍ୟ ଭାବରେ ବିବେଚନା କରାଯିବ ।

ଡମି ବା ନକଲି ସ୍କୁଲଗୁଡ଼ିକ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏହି ଗାଡଲାଇନକୁ ମନେ ପକାଇଦେଇଛି । ଏଭଳି ଡମି ସ୍କୁଲରେ ପିଲାମାନଙ୍କ ବିନା ମଧ୍ୟ ସ୍କୁଲରେ ଉପସ୍ଥିତି ପଡ଼ିଥାଏ, ଯାହା କି ନିୟମର ବିରୁଦ୍ଧ ହୋଇଥାଏ । ନିକଟରେ ଦିଲ୍ଲୀ ଏବଂ ରାଜସ୍ଥାନରେ ବିଭିନ୍ନ ସ୍କୁଲକୁ ଏ ନେଇ ନୋଟିସ ଜାରି କରାଯାଇଛି । ଡମି ସ୍କୁଲ ସାଧାରଣ ସ୍କୁଲ ଭଳି ହୋଇଥିଲେ ମଧ୍ୟ ଏଠାକୁ ପିଲାମାନଙ୍କୁ ନିୟମିତ ଭାବରେ ଆସିବା ଆବଶକ ହୋଇନଥାଏ ।

Get real time updates directly on you device, subscribe now.