fbpx

ଭିନ୍ନ ଏକ ପରମ୍ପରା: ମନ୍ଦିରରେ ଘଣ୍ଟ ବାଜିଲେ ଦୌଡ଼ି ଆସନ୍ତି କୁକୁର, ପକାନ୍ତି ହୁଳହୁଳି

ପୁରୀ: (ଓଡ଼ିଶା ଭାସ୍କର) ମଶାଣି ଚଣ୍ଡୀ ମନ୍ଦିରରେ କୁକୁର ପକାଉଛନ୍ତି ହୁଳ ହୁଳି। ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଅବିଶ୍ୱସନୀୟ ଭଳି ମନେ ହେଉଛି । ସାଧାରଣତଃ ଘଣ୍ଟ ବାଜିଲେ ଆଳତୀ ହେଲା ବେଳେ କୁକୁର ମାନେ ଉପରକୁ ମୁହଁ କରି ଭୁକିବାକୁ ଲାଗନ୍ତି । ଆପଣ ମାନେ ଭାବୁଥିବେ ଏମାନେ ଭୁକୁଛନ୍ତି । କିନ୍ତୁ ସେଠାକାର ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି କୁକୁର ମାନେ ଘଣ୍ଟ ବାଜି ଯେତେବେଳେ ଆଳତୀ ହୁଏ ସେତେବେଳେ ହୁଳ ହୁଳି ପକାଇବାକୁ ଲାଗନ୍ତି ।

ଯାହା ଆପଣ ମାନଙ୍କୁ ଅଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୁକୁର ମାନେ ଉପରକୁ ମୁହଁ କରି ହୁଳହୁଳି ପକାନ୍ତି । କୁକୁରଙ୍କୁ ମହାଦେବଙ୍କର ରୁପ ବୋଲି କୁହାଯାଏ । ପଶୁମାନଙ୍କ ପତି ହୋଇଥିବାରୁ ତାଙ୍କୁ ପଶୁପତିନାଥ ବୋଲି କୁହାଯାଏ । ଆଉ ଆଜି ସେହି କୁକୁର ମାନେ ମା’ ମଶାଣି ଚଣ୍ଡୀଙ୍କ ମନ୍ଦିରରେ ଘଣ୍ଟ ବାଜିଲେ ହୁଳହୁଳି ପକାଉଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ମନେହେଉଛି । କୁକୁର ମାନେ କେମିତି ଉପରକୁ ମୁହଁ କରି ହୁଳ ହୁଳି ପକାଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ ।

ଶ୍ରୀମନ୍ଦିରରୁ ପ୍ରାୟତଃ ୨ କିଲୋମିଟର ଦୂରରେ ଅବସ୍ଥିତ ମଶାଣି ଚଣ୍ଡି ମନ୍ଦିରରେ ଏମିତି ହୁଳହୁଳି ପକାଉଛନ୍ତି କୁକୁର । ମନ୍ଦିର ଭିତରେ ଶୋଇ ରହିଥିବା କୁକୁର ମାନେ ମନ୍ଦିର ଭିତରେ ଆଳତୀ ପାଇଁ ଘଣ୍ଟି ବାଜିଲେ ଏକାଠି ହୋଇଯାଆନ୍ତି । ଆଉ ଏକାଠି ହେଲା ପରେ ଘଣ୍ଟ ସହ ସେମାନେ ହୁଳ ହୁଳି ପାକାଇବାକୁ ଲାଗନ୍ତି । ଯାହା ସବୁଠାରୁ ଆଶ୍ଚର୍ଯ୍ୟକଲାଭଳି ଘଟଣା ।

ଏମିତି ଦୃଶ୍ୟକୁ ଗାଁ ଲୋକେ ଅଲୌକିକ ବୋଲି କହିଥାନ୍ତି । ଯେଉଁଥିପାଇଁ ମନ୍ଦିର ଭିତରେ କୁକୁର ମାନଙ୍କ ପ୍ରବେଶକୁ ବାରଣ କରାଯାଇନାହିଁ । ଖାଲି ସେତିକି ନୁହେଁ । ଯେଉଁ ଗଛରେ ମା ମଶାଣୀ ଚଣ୍ଡି ବିରାଜମାନ କରିଛନ୍ତି ସେହି ଗଛର ଗୋଟିଏ ଡାଳର କୋଳି ମିଠା ଏବଂ ଅନ୍ୟ ଡାଳର କୋଲି ଖଟା ହୋଇଥାଏ । ଯାହାକି ସବୁଠାରୁ ଆଶ୍ଚର୍ଯ୍ୟକର କଥା ।

Get real time updates directly on you device, subscribe now.