fbpx

ଟେସ୍ଲାର ରୋବୋଟାକ୍ସିରେ ରହିବେନି ଡ୍ରାଇଭର; ଜାଣନ୍ତୁ କେତେ ରହିଛି ମୂଲ୍ୟ

ମୁମ୍ୱାଇ: ଟେସ୍ଲାର ମାଲିକ ଏଲନ୍ ମସ୍କ କାଲିଫର୍ଣ୍ଣିଆର ବୁର୍ବ୍ୟାଙ୍କସ୍ଥିତ ୱାର୍ଣ୍ଣର ବ୍ରଦର୍ସ ଷ୍ଟୁଡିଓରେ ବହୁ ପ୍ରତୀକ୍ଷିତ ରୋବୋଟାକ୍ସି ସାଇବରକାବ୍ କୁ ଉନ୍ମୋଚନ କରିଛନ୍ତି । ‘ଭି ରୋବୋଟ୍’ ନାମକ ଏକ କାର୍ଯ୍ୟକ୍ରମରେ କୋଟିପତି ଏଲନ୍ ମସ୍କ ପୁଣି ଥରେ ଦୋହରାଇଛନ୍ତି ଯେ ମାନବ ଚାଳିତ ଯାନ ଅପେକ୍ଷା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଯାନ ଅଧିକ ସୁରକ୍ଷିତ ହେବ ।

ଅର୍ଥାତ୍ ବିନା ଡ୍ରାଇଭରରେ ଚାଲିବ ଏହି କାର । ଏଥିରେ ଦୁଇଟି ବଡ଼ କବାଟ ରହିବ ଏବଂ ଏଥିରେ କୌଣସି ପେଡାଲ କିମ୍ବା ଷ୍ଟିୟରିଂ ହ୍ୱିଲ ରହିବ ନାହିଁ । ୨୦୨୭ ପୂର୍ବରୁ ଏହାର ଉତ୍ପାଦନ ଆରମ୍ଭ ହେବ ବୋଲି ଏଲନ୍ ମସ୍କ ଆକଳନ କରିଛନ୍ତି । ଏଲନ୍ ମସ୍କ କହିଛନ୍ତି ଯେ ସାଇବରକ୍ୟାବ୍ ଆଲଫାବେଟ୍ କମ୍ପାନିର ୱେମୋ ସହ ପ୍ରତିଦ୍ୱନ୍ଦ୍ୱିତା କରିବ । ଏହାର ମୂଲ୍ୟ ୩୦ ହଜାର ଆମେରିକୀୟ ଡଲାରରୁ କମ୍ ହେବ ।

ଅର୍ଥାତ୍ ଯଦି ଆପଣ ଭାରତୀୟ ଟଙ୍କାକୁ ଦେଖିବେ ତେବେ ଏହାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ପାଖାପାଖି ଆସିବ । ତେବେ ରିସର୍ଚ୍ଚ ଫରେଷ୍ଟରଙ୍କ ସହ ଜଡିତ ପଲ୍ ମିଲର ଏହି କାରର ପ୍ରକୃତ ଲଂଚକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ମୂଲ୍ୟରେ ନୂଆ କାର୍ ଲଞ୍ଚ୍ କରିବା ଟେସ୍ଲା ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେବ ଏବଂ ଦିଆଯାଇଥିବା ସମୟସୀମା ମଧ୍ୟ କଷ୍ଟକର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.