fbpx

ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍; ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍

ମୁମ୍ୱାଇ: ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍। ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍। ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଦଳ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍।

ଏବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଛି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ୍ ରେ ବ୍ୟାଟ୍ସମ୍ୟାନ୍ ମାନେ ସହଜରେ ସ୍କୋର କରିବେ ନା ବୋଲରମାନେ ଚ୍ୟାଲେଞ୍ଜ ପାଲଟିବେ? ହାଇଦ୍ରାବାଦର ରାଜୀବ ଗାନ୍ଧି କ୍ରିକେଟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ରେକର୍ଡ ଚମତ୍କାର ରହିଛି। ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଏହି ପଡ଼ିଆରେ ୨ଟି ଟି-୨୦ ମ୍ୟାଚ୍ ଖେଳି ଉଭୟରେ ବିଜୟୀ ହୋଇଛି। ଏବେ ଏହି ପଡ଼ିଆରେ ୫ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଟସ୍ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

ଟସ୍ ଜିତି ଦଳ ଏଠାରେ ଲକ୍ଷ୍ୟକୁ ପିଛା କରିବାକୁ ପସନ୍ଦ କରେ। ଏହି ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଏପର୍ଯ୍ୟନ୍ତ ୨ଟି ବିଜୟ ହାସଲ କରିଛି। ରନ୍ ପିଛା କରୁଥିବା ଦଳ ୩ଟି ମ୍ୟାଚ୍ ଜିତିଛି। ଏହି ପିଚ୍ ରେ ଦ୍ରୁତ ବୋଲରଙ୍କୁ ବିଶେଷ ସାହାଯ୍ୟ ମିଳୁନାହିଁ, କିନ୍ତୁ ସ୍ପିନ୍ ବୋଲରଙ୍କୁ ପିଚ୍ ରୁ ସାହାଯ୍ୟ ମିଳିପାରେ। ଏହି ପିଚ୍ ରେ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ବୋଲରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

Get real time updates directly on you device, subscribe now.