fbpx

White Wash କଲା ସୂର୍ଯ୍ୟବାହିନୀ: ୧୩୩ ରନରେ ମ୍ୟାଚ ଉପରେ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ ଉପରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ୧୩୩ ରନର ଏକ ବିଶାଳ ବ୍ୟବଧାନରେ ଜିତି ବାଂଲାଦେଶକୁ କ୍ଲିନ ସ୍ୱିପ କରିବାରେ ସଫଳ ହୋଇଛି ସୂର୍ଯ୍ୟବାହିନୀ । ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ସହ ବୋଲିଂ ୟୁନିଟର ଘାତକ ବୋଲିଂ ବଳରେ ଭାରତ ଏହି ସିରିଜ ଅକ୍ତିଆର କରିଛି । ଟି-୨୦ ଫର୍ମାଟରେ ଚମ୍ପିଆନ୍ ଭାରତ ବାଂଲାଦେଶ ବିପକ୍ଷରେ ବିଶ୍ୱ ବିଜୟୀ ଭାବରେ ଖେଳି ସିରିଜ ହାତେଇଛି । ତେବେ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ । ୪୭ ବଲରୁ ୧୧୧ ରନ୍ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ସଞ୍ଜୁ ।

ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଦମଦାର ବୋଲିଂ ପ୍ରଦର୍ଶନ କରିଛି ଭାରତର ବୋଲିଂ ୟୁନିଟ । ରବି ବିଷ୍ଣୋଇ ଏହି ମ୍ୟାଚରେ କମବ୍ୟାକ କରି ୪ ଓଭରରେ ୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ଯୁବ ବୋଲର ମୟଙ୍କ ଯାଦବ ୪ ଓଭରରୁ ୩୨ ରନ୍ ଦେଇ ୨ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଏବଂ ନୀତିଶ ରେଡ୍ଡି ଗୋଟିଏ ଲେଖାଏଁ ସଫଳତା ଦେଇଛନ୍ତି । ତେବେ ଅନେକ ରେକର୍ଡ ଭାଙ୍ଗିଥିବା ଏହି ମ୍ୟାଚକୁ ୧୩୩ ରନରେ ବିଜୟୀ ହୋଇଛି ଭାରତ ।

ଟି-୨୦ କ୍ରିକେଟରେ ଗୋଟିଏ ଓଭରରୁ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାରେ ମଧ୍ୟ ନିଜ ନାମକୁ ସେ ସାମିଲ କରିଛନ୍ତି । ରିସାଦ ହୋସେନଙ୍କ ଓଭରରେ ଲଗାତାର ୫ଟି ଛକା ମାରି ଏହି ତାଲିକାରେ ସେ ଏଣ୍ଟ୍ରି କରିଛନ୍ତି । ସଞ୍ଜୁ ସାମସନଙ୍କ ସହ ସୂର୍ଯ୍ୟକୁମାର ଭାରତ ନାମରେ ମଧ୍ୟ ଏକ ରେକର୍ଡ ସାମିଲ କରିଛନ୍ତି । ପ୍ରଥମ ୧୦ ଓଭର ପରେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଟିମ ଇଣ୍ଡିଆ । ଏହାବ୍ୟତୀତ ପାୱାର ପ୍ଲେ’ ରେ ସର୍ବାଧିକ ରନ୍(୮୨) ହାସଲ କରିବାରେ ଶୀର୍ଷ ସ୍ଥାନ ହାସଲ କରିଛି ସୂର୍ଯ୍ୟବାହିନୀ ।

Get real time updates directly on you device, subscribe now.