fbpx

(Video) ସମସ୍ତଙ୍କ ହୃଦୟ ଜିତିନେଲେ ହାର୍ଦ୍ଦିକ… ମ୍ୟାଚ୍ ମଝିରେ Selfie ନେଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ଟି ଯାକ ମ୍ୟାଚରେ ବିଜୟୀ ହୋଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତର ଅନେକ ଖେଳାଳି ନିଜ ପ୍ରଦର୍ଶନରେ କ୍ରିକେଟପ୍ରେମୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ପ୍ରଥମ ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀଙ୍କ କମବ୍ୟାକ ସ୍ପେଲ, ଦ୍ୱିତୀୟ ମ୍ୟାଚ ନୀତିଶ ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଏବଂ ତୃତୀୟ ମ୍ୟାଚରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ସହ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ସିରିଜର ସ୍ମରଣୀୟ ମୁହୂର୍ତ୍ତ ପାଲଟି ଯାଇଛି । ତେବେ ସମ୍ପୂର୍ଣ୍ଣ ସିରିଜରେ ନିଜ କାରନାମା ଦେଖାଇ ପୁଣିଥରେ ଲୋକଙ୍କ ହୃଦୟ ଜିତି ନେଇଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଶେଷ ଟି-୨୦ର ବାଂଲାଦେଶ ଇନିଂସ ସମୟରେ ହାର୍ଦ୍ଦିକ ଏପରି ଏକ କାରନାମା କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ସ୍ପେସାଲ ପାଲଟିଯାଇଛି ।

ଶେଷ ଟି-୨୦ ମ୍ୟାଚରେ ଭାରତର ବ୍ୟାଟିଂ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଖୁସି ଭରି ଦେଇଥିଲା । କିନ୍ତୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ବାଉଣ୍ଡ୍ରି ନିକଟରେ ପିଲ୍ଡିଂ କରିବା ବେଳେ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ । ବାଉଣ୍ଡ୍ରି ବାହାରେ ଥିବା ବଲ ବୟକୁ ଏକ ସ୍ପେସାଲ ସରପ୍ରାଇଜ ଗିଫ୍ଟ କରିଛନ୍ତି ହାର୍ଦ୍ଦିକ । ଷ୍ଟାର ଅଲରାଉଣ୍ଡରଙ୍କ ସହ ସେଲଫି ନେବାର ଇଚ୍ଛାକୁ ପୂରଣ କରି ଦେଇଛନ୍ତି ପାଣ୍ଡ୍ୟା । ବଲ ବୟ ସହ ସେଲଫି ନେଇ ହାର୍ଦ୍ଦିକ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ହାର୍ଦ୍ଦିକଙ୍କ ସହ ସେଲଫି ପାଇବା ପରେ ବଲ ବୟଙ୍କ ଖୁସି ଆହୁରି ଦୁଇ ଗୁଣ ହୋଇ ଯାଇଥିଲା ।

ତୃତୀୟ ଟି-୨୦ ମ୍ୟାଚରେ ବାଉଣ୍ଡ୍ରିରେ ଫିଲ୍ଡିଂ କରିବା ବେଳେ ହାର୍ଦ୍ଦିକ ଏହି କାରନାମା କରିଛନ୍ତି । ଜଣେ ବଲ ବୟ ହାର୍ଦ୍ଦିକଙ୍କ ସହ ସେଲଫି ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ବ୍ୟାଟିଂରେ ଜଲୱା ଦେଖାଇଥିବା ହାର୍ଦ୍ଦିକ ବଲ ବୟକୁ ନିରାଶ ନ କରି ତାଙ୍କ ସହ ସେଲଫି ନେଇଛନ୍ତି । ପିଲାଟି ସହ ସେଲଫି ନେବା ପାଇଁ ତଳକୁ ନଇଁ ଆସିଥିଲେ ହାର୍ଦ୍ଦିକ ଏବଂ ପିଲାଟି ମଧ୍ୟ ଖୁବ ସହଜରେ ପାଣ୍ଡ୍ୟାଙ୍କ ସହ ସେଲ୍ଫି ନେଇଛି । ଏହାପରେ ପାଖରେ ଥିବା ଆଉ ଏକ ପିଲା(ବଲ ବୟ) ମଧ୍ୟ ସେଲଫି ପାଇଁ ଅଳ କରିଥିଲା ଏବଂ ହାର୍ଦ୍ଦିକ ତାଙ୍କ ସହ ମଧ୍ୟ ସେଲଫି ନେଇଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Get real time updates directly on you device, subscribe now.