fbpx

ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ନିଯୁକ୍ତ: ପଦରୁ ହଟିଲେ ମାର୍କ ବାଉଚର

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜ ତରଫରୁ ମୁଖ୍ୟ କୋଚ ପଦରୁ ମାର୍କ ବାଉଚରଙ୍କୁ ହଟାଇ ଦିଆଯାଇଛି । ବାଉଚରଙ୍କ ସ୍ଥାନରେ ମୁଖ୍ୟ କୋଚ ଭାବେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଜି ଘୋଷଣା କରାଯାଇଛି । ଏହା ପୂର୍ବରୁ ଜୟବର୍ଦ୍ଧନେ ୨୦୧୭ରୁ ୨୦୨୨ କ୍ରମାଗତ ୬ଟି ସିଜିନ ପାଇଁ ମୁମ୍ବାଇର କୋଚ ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ଗତ ଦୁଇଟି ସିଜିନରେ ସେ ଫ୍ରାଞ୍ଚାଇଜର ଗ୍ଲୋବାଲ ହେଡ୍ ଅଫ୍ କ୍ରିକେଟ ଭୂମିକା ନିର୍ବାହ କରୁଥିଲେ ।

୨୦୨୩ ସିଜିନ ପାଇଁ ପୂର୍ବତନ ଆଫ୍ରିକୀୟ କ୍ରିକେଟର ବାଉଚରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ତାଙ୍କର କାର୍ଯ୍ୟକାଳରେ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲେଉଟାଣି ଓ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବାକୁ ନେଇ ବାଉଚର ବିବାଦ ଘେରକୁ ଚାଲିଆସିଥିଲେ । ଏହାର ପ୍ରଭାବ ଦଳର ପ୍ରଦର୍ଶନକୁ ନିମ୍ନମୁଖୀ କରିଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଦଳ ପଏଣ୍ଟସ୍ ଟେବୁଲରେ ସବୁଠାରୁ ତଳେ ରହିଥିଲା । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ମଧ୍ୟରେ ବାଉଚର ଓ ପାଣ୍ଡ୍ୟାଙ୍କୁ ନେଇ ମାହୋଲ ସୃଷ୍ଟି ହୋଇଥିଲା । ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର କମାଣ ଧରିଥିବା ଅବଧି ମଧ୍ୟରେ ଦଳ ୨୦୦୧୭, ୨୦୧୯ ଓ ୨୦୨୨ରେ ଚାମ୍ପିୟନ ହୋଇଥିଲା ।

Get real time updates directly on you device, subscribe now.