ଓଡ଼ିଶା: ପୂଜାରେ ବଡ଼ ଅଘଟଣ, ରେଲୱେ ଟ୍ରାକରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ନୂଆଦିଲ୍ଳୀ: ପାର୍ବଣ ଋତୁରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ମୟୁରଭଞ୍ଜ ଜିଲ୍ଲାରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି । ରେଳ ଷ୍ଟେସନ ଭିତରେ ଏହି ଟ୍ରେନ ଲାଇଚ୍ୟୁତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ପାଇଁ ମାଲ ନେଇ ଆସିଥିବା ଏକ ଟ୍ରେନ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି । ହୁଇଲ ଛିଣ୍ଡିଯିବା ଫଳରେ ଗୋଟିଏ ଡବା ରେଲୱେ ପଟରିରୁ ତଳକୁ ଓହ୍ଲାଇ ଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ଦୁର୍ଘଟଣା ପୂର୍ବରୁ ଗତ ଜୁଲାଇ ମାସରେ ଭୁବନେଶ୍ୱର ରେଳ ଷ୍ଟେସନ ଅତିକ୍ରମ କରି ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହିପରି ମେ ମାସରେ ଛତ୍ରପୁର ବଡ଼ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ।

Get real time updates directly on you device, subscribe now.