ବିନା ATM କାର୍ଡ଼ରେ ଉଠାଇପାରିବେ ଟଙ୍କା, NPCI ଅଫର କରୁଛି ଏହି ସୁବିଧା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ତେଣୁ ଅଧିକାଂଶ ବ୍ୟକ୍ତି କ୍ୟାଶଲେସ୍ ପେମେଣ୍ଟ ପ୍ରତି ଆକୃଷ୍ଟ ହେଉଛନ୍ତି । ସାଧାରଣତଃ ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଣ ସମୟରେ ବ୍ୟାଙ୍କ ପାସ୍ ବୁକ୍ ନମ୍ବର କିମ୍ବା ଏଟିଏମ୍ କାର୍ଡ଼ ଆବଶ୍ୟକତା ହୋଇଥାଏ । ବର୍ତ୍ତମାନ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ୟୁଜର୍ସଙ୍କୁ ଆଧାର ଏନାବେଲ୍ଡ ପେମେଣ୍ଟ ସିଷ୍ଟମ(AEPS) ଅଫର କରୁଛି । ଏହା ଅନ୍ତର୍ଗତ ୟୁଜର୍ସ କେବଳ ଆଧାର କାର୍ଡ଼ ନମ୍ବର ଏବଂ ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ସାହାଯ୍ୟରେ ବ୍ୟାଙ୍କି କାମ ସହଜରେ କରିବା ପାଇଁ ସୁବିଧା ପ୍ରଦାନ କରୁଛି ।

ଆଧାର ଏନାବେଲ୍ଡ ପେମେଣ୍ଟ ସିଷ୍ଟମ ୟୁଜର୍ସଙ୍କୁ କ୍ୟାଶ୍ ଉଠାଣ, ବାଲାନ୍ସ ଏନକ୍ୱାଇରି ଏବଂ ମାଇକ୍ରୋ ଏଟିଏମରେ ଫଣ୍ଡ୍ ଟ୍ରାନ୍ସଫର ପାଇଁ ବ୍ୟବହାର କରାଯାଇପାରିବ । ଏଥିପାଇଁ ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହେବା ଆବଶ୍ୟକ । ଏଥିପାଇଁ ନିମ୍ନଲିଖିତ ଷ୍ଟେପ୍ସ ଫଲୋ କରନ୍ତୁ ।

୧. AEPS ସପୋର୍ଟ କରୁଥିବା ବ୍ୟାଙ୍କି ଏଜେଣ୍ଟ କିମ୍ବା ମାଇକ୍ରୋ ATMକୁ ଯାଆନ୍ତୁ । ସାଧାରଣତଃ ଏହା ଗ୍ରାମାଞ୍ଚଳ ବ୍ୟାଙ୍କି ଆଉଟଲେଟ୍ କିମ୍ବା ମୋବାଇଲ ବ୍ୟାଙ୍କି ସେବା କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।

୨. ମାଇକ୍ରୋ ATMରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରନ୍ତୁ ।
୩. ଫିଙ୍ଗର ପ୍ରିଣ୍ଟ୍ ସ୍କାନର ସାହାଯ୍ୟରେ ବାୟୋମେଟ୍ରିକ୍ ଭେରିଫିକେସନ୍ ପ୍ରକ୍ରିୟା ଶେଷ କରନ୍ତୁ । ଅଥେଣ୍ଟିକେସନ୍ ସଫଳ ହେବା ପାଇଁ ଆଧାର କାର୍ଡ଼ ସହ ଆପଣଙ୍କ ଡାଟା ମ୍ୟାଚ୍ ହେଉଥିବା ଜରୁରୀ ।

୪. ଏହା ପରେ ସିଷ୍ଟମରେ ଅନେକ ବିକଳ୍ପ ଆସିବ । ଏଥିମଧ୍ୟରୁ ‘cash withdrawl’ ଚୟନ କରନ୍ତୁ ।

୫. ଆପଣଙ୍କୁ ଆବଶ୍ୟକ ନଗଦ ରାଶି ସଂଖ୍ୟା ଏଣ୍ଟର କରନ୍ତୁ । ମନେ ରଖନ୍ତୁ ୱିଥଡ୍ରୟଲ ଲିମିଟ୍ ମଧ୍ୟରେ ଏହି ସଂଖ୍ୟା ରହିବା ଉଚିତ ।

୬. ଟ୍ରାନଜାକସନ୍ ଶେଷ ହେବା ପରେ ବ୍ୟାଙ୍କି ଏଜେଣ୍ଟ ଆପଣଙ୍କୁ ନଗଦ ଦେବ । ଏହା ସହ ପଞ୍ଜିକୃତ ମୋବାଇଲ ନମ୍ବରରେ କରିଥିବା ଟ୍ରାନଜାକସନର ମେସେଜ୍ ଆସିବ ।

AEPS କରିବା ସମୟରେ ନିମ୍ନଲିଖିତ କଥା ମନେରଖନ୍ତୁ :

– ଆପଣଙ୍କ ଆଧାର ନମ୍ବର ଅଥୋରାଇଜ୍ଡ ବ୍ୟାଙ୍କି ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ।

– ଟ୍ରାନଜାକସନ୍ ଆଲର୍ଟ ପାଇଁ ପଞ୍ଜିକୃତ ମୋବାଇଲ ନମ୍ବରକୁ ଅପଡେଟ୍ ରଖନ୍ତୁ ।

– ଫିଙ୍ଗର ପ୍ରିଣ୍ଟ ସ୍କାନର ସିକ୍ୱୋର ଥିବା ସୁନିଶ୍ଚିତ କରନ୍ତୁ ।

Get real time updates directly on you device, subscribe now.