ହସ୍ପିଟାଲରେ ଭର୍ତ୍ତି ହେଲେ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ: ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଶ୍ରୀରମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ସେଥିପାଇଁ ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶର ପିଜିଆଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଖବର ପାଇଁ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଟେଲିଫୋନ ଜରିଆରେ ଆଚାର୍ଯ୍ୟଙ୍କର ଖବର ବୁଝିଛନ୍ତି । ଏଥିସହିତ ଆଚାର୍ଯ୍ୟଙ୍କୁ ସୁଚିକିତ୍ସା ପ୍ରଦାନ ନେଇ ସେ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କୁ ଏବେ ୮୦ ବର୍ଷ ବୟସ । ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବାରୁ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏହି ଖବର ପାଇବା ପରେ ଆଚାର୍ଯ୍ୟଙ୍କ ସହ ଟୋଲିଫୋନ ଯୋଗେ ବାର୍ତ୍ତାଳାପ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏଥିସହିତ ଆଚାର୍ଯ୍ୟଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ କହିଥିଲେ । ଗତକାଲି ସନ୍ଧ୍ୟା ସମୟରେ ଆଚାର୍ଯ୍ୟ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ଆଜି ସକାଳୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ଆଚାର୍ଯ୍ୟ ଦୁର୍ବଳ ଅନୁଭବ କରିବା ସହ ତାଙ୍କୁ ଭୋକ ଲାଗୁ ନଥିଲା । ତାଙ୍କର ବ୍ଲଡପ୍ରେସର ଠିକ୍ ଥିବା କୁହାଯାଉଛି । ସେ ଏବେ କଥାବାର୍ତ୍ତା କରିପାରୁଥିବା ତାଙ୍କର ଶିଷ୍ୟ ଓ ସହାୟକ ପୂଜାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.