(Video) ରାଜଧାନୀରେ ଅଚାନକ ହୁତୁହୁତୁ ହୋଇ ଜଳିଗଲା ଏକ ଦାମୀ କାର୍: ନୟାପଲ୍ଲୀର ଦୁର୍ଗା ମଣ୍ଡପ ନିକଟରେ ବଡ଼ ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦୁର୍ଗାପୂଜାର ରାବଣ ପୋଡ଼ିର ଗୋଟିଏ ଦିନ ନ ପୂରୁଣୁ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଅଚାନକ ଏକ କାର ରାଜଧାନୀର ନୟାପଲ୍ଲୀ ଦୁର୍ଗା ମଣ୍ଡପ ଆଗରେ ଅଚାନକ ହୁତୁହୁତୁ ହୋଇ ଜଳି ଉଠିଥିଲା । କାରଟି ଏପରି ଜଳୁଥିବାର ଦେଖି ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ କେହି କିଛି କରିପାରିନଥିଲେ । ତେବେ କାରଟି ଏପରି ଜଳିବା ପଛର କାରଣ ଏବେ ଅସ୍ପଷ୍ଟ ରହିଛି । ତେବେ କାରର ଡ୍ରାଇଭର ଓ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ କିଛି ଲୋକ କାର ନିକଟକୁ ଦୌଡ଼ିଥିଲେ । ମାତ୍ର ଦେଖିଲା ବେଳକୁ କାରରେ କେହି ଲୋକ ନଥିଲେ ।

ତେବେ କାରଟି ଜଳିବା ପୂର୍ବରୁ ସେଥିରେ ଥିବା ସମସ୍ତ ଯାତ୍ରା ନିଜ ନିଜର ଜୀବନ ବଞ୍ଚାଇ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । କାରଟି ବହୁତ ଦାମୀ ବୋଲି ଜଣାପଡ଼ିଛି । ତେବେ କୌଣସି ତ୍ରୁଟି ବଶତଃ ତାହା ରାଜଧାନୀର ରାଜରାସ୍ତାରେ ଅଚାନକ ହୁତୁହୁତୁ ହୋଇ ଜଳି ଉଠିଥିଲା । ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିୟାଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଜାରି ରହିଛି ।

Get real time updates directly on you device, subscribe now.