ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ବାମ ହାତରେ କାମ କରୁଥିବା ଲୋକଙ୍କ ଠାରେ ମସ୍ତିଷ୍କ ଓ ହୃଦୟ ବିମାରୀର ଆଶଙ୍କା ଅଧିକ ରହିଥାଏ

ନୂଆଦିଲ୍ଲୀ: ସାଧାରଣ ଭାବେ ଏ ଦୁନିଆର ଅଧିକାଂଶ ଲୋକ ଯେ କୌଣସି କାର୍ଯ୍ୟ କରିବା ପାଇଁ ଡାହାଣ ହାତର ବ୍ୟବହାର କରିଥାନ୍ତି । ବିଶ୍ୱର ସ୍ୱାସ୍ଥ୍ୟ ସଂଗଠଡ଼ର (ହୁ)ର ରିପୋର୍ଟ ମୁତାବକ, ସାରା ବିଶ୍ୱରେ କେବଳ ୧୦ ପ୍ରତିଶତ ଲୋକ ଖାଇବା, ପିଇବା ଓ ଅନ୍ୟ କାମ ପାଇଁ ବାମ ହାତକୁ ବ୍ୟବହାର କରିଥାନ୍ତି । ଡାହାଣ ହାତ ଅଧିକାଂଶ ଲୋକଙ୍କର ପ୍ରାଇମେରୀ ହାତ ହୋଇଥିବା ବେଳେ ବାମ ହାତ ସେକେଣ୍ଡାରୀ ହୋଇଥାଏ । ଲୋକମାନେ ଗୋଟିଏ ହାତରେ ମୁଖ୍ୟ କାମ କରି ନେଇଥାନ୍ତି ଓ ଅନ୍ୟ ହାତକୁ ତାକୁ ସପୋର୍ଟ କରିଥାଏ । ତେବେ ଏହା ମଧ୍ୟରେ ବାମହାତୀ ଲୋକଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ।

ଜର୍ଣ୍ଣାଲ ଅଫ୍ ପବ୍ଲିକ ହେଲଥରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ମୁତାବକ, ବାମ ହାତରେ କାମ କରୁଥିବା ଲୋକମାନେ ଅଧିକ ମାତ୍ରାରେ ରୋଗର ଶିକାର ହୋଇଥାନ୍ତି । ଡାହାଣ ହାତୀ ଲୋକଙ୍କ ଅପେକ୍ଷା ସେମାନଙ୍କ ଠାରେ ବିମାରୀର ଆଶଙ୍କା ଅଧିକ ରହିଥାଏ । କିଛି ସ୍ଥିତିରେ ବାମ ହାତରେ କାମ କରୁଥିବା ଲୋକଙ୍କର ବିମାରୀର ଟେଣ୍ଡେନ୍ସି ଅଧିକ ରହିଥିବା ଜଣାପଡ଼ିଛି । ତେବେ ଏହା ପଛର କାରଣ କ’ଣ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏଥିପାଇଁ କିଛି ଫ୍ୟାକ୍ଟର ଦାୟୀ ବୋଲି କୁହାଯାଉଛି । ସେଥିମଧ୍ୟରୁ ପ୍ରଥମ କାରଣ ହେଉଛି, ଆନୁବାଂଶିକ ବା ଜେନେଟିକ ସମସ୍ୟା । ଏହାଛଡ଼ା ବ୍ରେନ ସଂଯୋଗୀକରଣ ଓ ପରିବେଶୀୟ କାରଣ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ ବୋଲି କୁହାଯାଇଛି ।

ବାମ ହାତରେ କାମ କରୁଥିବା ମହିଳାଙ୍କୁ ଡାହାଣ ହାତରେ କାମ କରୁଥିବା ମହିଳାଙ୍କ ଅପେକ୍ଷା ସ୍ତନ କର୍କଟର ଆଶଙ୍କା ଅଧିକ ରହିଥାଏ । ବାମ ହାତରେ କାମ କରୁଥିବା ମହିଳାଙ୍କ ଗର୍ଭଧାରଣ ସମୟରେ ଏଷ୍ଟ୍ରୋଜେନର ବୃଦ୍ଧି ବିପଦର କାରଣ ସାଜିପାରେ । ସାରା ଦୁନିଆରେ ବାମ ହାତରେ କାମ କରୁଥିବା ମହିଳାଙ୍କ କ୍ଷେତ୍ରରେ କର୍କଟ ରୋଗର ମାମଲା ଅଧିକ ଦେଖିବାକୁ ମିଳିଥାଏ । ବାମହାତୀ ଲୋକଙ୍କ ଠାରେ ସିଜୋଫ୍ରେନିଆ ପରି ଗମ୍ଭୀର ମାନସିକ ବିମାରୀ ହେବାର ସମ୍ଭାବନା ଅଧିକ ରହିଥାଏ । ୨୦୧୯, ୨୦୨୨ ଓ ୨୦୨୪ରେ ୋଇଥିବା ଅନେକ ଗବେଷଣାରୁ ତାହା ସ୍ପଷ୍ଟ ହୋଇଛି । ସିଜୋଫ୍ରେନିଆ ରୋଗ ବାମହାତୀ ଲୋକଙ୍କ ଠାରେ ଅଧିକ ହୋଇପାରେ ।

ଏତଦବ୍ୟତୀତ ବାମହାତୀ ଲୋକଙ୍କ ଠାରେ ଅନେକ ପ୍ରକାରର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ରହିଥିବା ଜଣାପଡ଼ିଥିଲା । ସେଥିମଧ୍ୟରେ ମୁଡ଼ରେ ପରିବର୍ତ୍ତନ, ଚିନ୍ତା, ଉଦବେଗ, ଚିଡ଼ଚିଡ଼ାପଣ, ଅଶାନ୍ତ ଆଦି ଡିଜଅର୍ଡର ଡାହାଣ ହାତୀଙ୍କ ଅପେକ୍ଷା ବାମହାତୀ ଲୋକଙ୍କ ଠାରେ ଅଧିକ ରହିଥିଲା । ଏପରି ଲୋକମାନେ ଅଧିକ ମାତ୍ରାରେ ଏଞ୍ଜାଇଟିର ମଧ୍ୟ ଶିକାର ହୋଇଥାନ୍ତି । ଏଥିସହିତ କିଛି ସ୍ନାୟୁଗତ ବୀମାରୀ ମଧ୍ୟ ବାମହାତୀ ଲୋକଙ୍କ ଠାରେ ଅଧିକ ଦେଖିବାକୁ ମିଳିଥିଲା । ସେଥିମଧ୍ୟରେ ଅଟିଜିମ, ଡିସ୍ପ୍ରେକ୍ସିଆ, ଆଟେନସନ ଡେଫିସିଟ ହାଇପରଏକ୍ଟିଭିଟି ଡିଜଅର୍ଡର ଆଦି ସାମିଲ ରହିଛି । ଡିସ୍ଲେକ୍ସିଆ ବାମହାତୀଙ୍କ ଠାରେ ଅଧିକ ରହିଥିବା ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ୧୮ରୁ ୫୦ ବର୍ଷ ବୟସର ୩୭୯ ଜଣ ଲୋକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏହି ଫଳାଫଳ ସାମ୍ନାକୁ ଆସିଛି । ଏଥିସହିତ ବାମହାତୀ ଲୋକଙ୍କ ମୃତ୍ୟୁ ଡାହାଣ ହାତୀ ଲୋକଙ୍କ ଅପେକ୍ଷା ୯ ବର୍ଷ ପୂର୍ବରୁ ହୋଇଯାଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.