ଅଲ ଟାଇମ ହାଇରେ ପହଞ୍ଚିଲା ସୁନା ଦର, କାହିଁକି ବଢୁଛି ମୂଲ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ସୁନା ଦରରେ ଜବରଦସ୍ତ ବୃଦ୍ଧି ସହ ୧୦ ଗ୍ରାମ ପିଛା ୭୯ ହଜାର ଟଙ୍କା ପାଖାପାଖି ପହଞ୍ଚିଛି । ଆଜି ସୁନା ଦର ସମସ୍ତ ରେକର୍ଡ ଭାଙ୍ଗି ୧୦ ଗ୍ରାମ ପିଛା ୭୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି । ବୁଧବାର ଦିଲ୍ଲୀର ଫ୍ୟୁଚର ମାର୍କେଟରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୮ ହଜାର ୯୦୦ ଟଙ୍କାରେ ନୂଆ ଅଲଟାଇମ ହାଇରେ ପହଞ୍ଚିଛି ଏବଂ ଏଥିରେ ୨୫୦ ଟଙ୍କା ବୃଦ୍ଧି ପାଇଛି । ଗତ ଟ୍ରେଣ୍ଡିଙ୍ଗ ସେସନରେ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୬୫୦ ଟଙ୍କାରେ ବନ୍ଦ ହୋଇଥିଲା ।

୯୯.୫ ପ୍ରତିଶତ ଶୁଦ୍ଧ ୨୪ କ୍ୟାରେଟ ସୁନା ୨୫୦ ଟଙ୍କା ବଢି ୧୦ ଗ୍ରାମ ପିଛା ୭୮ ହଜାର ୫୦୦ ଟଙ୍କାରେ ପହଞ୍ଚଛି । ଏହା ପୂର୍ବରୁ ୧୦ ଗ୍ରାମ ପିଛା ୭୮ ହଜାର ୨୫୦ ଟଙ୍କା ଥିଲା । ସେହିପରି ରୂପା ମୂଲ୍ୟ ବଢି କିଲୋଗ୍ରାମ ପିଛା ୯୩ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର ଦିନ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୯୨ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଇଣ୍ଡଷ୍ଟ୍ରିଆଲ ୟୁନିଟ୍ସ ଏବଂ ରୂପା ମୁଦ୍ରା ତିଆରି କରୁଥିବା ଫ୍ରେସ କିଣାବିକା ପାଇଁ ଚାନ୍ଦିର ଦର ବୃଦ୍ଧି ପାଉଛି ।

-ସୁନା ମୂଲ୍ୟ ବୃଦ୍ଧି ଲୋକାଲ ଜ୍ୱେଲର୍ସର ଦାବି କାରଣରୁ ହେଉଛି ।
-ସେୟାର ବଜାରରେ ଡାଉନ ପରେ ସୁନା ଡିମାଣ୍ଡ ବଢିଯାଇଛି ଏବଂ ଏହା ଅଧିକ ବିକ୍ରି ହେଉଥିବାରୁ ଦର ବୃଦ୍ଧି ପାଇଛି ।
-ନିବେଶକ ସୁନା ଭଳି ସେଫ ଇନଭେଷ୍ଟମେଣ୍ଟ ଆସେଟକୁ ଚୟନ କରୁଥୁବାରୁ ସୁନାରେ ଦମଦାର ନିବେଶ ପାଇଁ ଦରରେ ବୃଦ୍ଧି ଘଟୁଛି ।

Get real time updates directly on you device, subscribe now.