ଭୁବନେଶ୍ବରରେ 24 ଘଣ୍ଟା ଜଳ ଯୋଗାଣ ବନ୍ଦ, ନଜର ପକାନ୍ତୁ କେଉଁ ଅଞ୍ଚଳ ପ୍ରଭାବିତ ହେବ

ନୂଆଦିଲ୍ଲୀ: ରାଜ୍ୟ ରାଜଧାନୀରେ 24 ଘଣ୍ଟା ଜଳଯୋଗାଣ ବନ୍ଦ । ଆସୁନି ପାଣି । ଶୁକ୍ରବାର ଅପରାହ୍ନ 2ଟାରୁ ଶନିବାର ଅପରାହ୍ନ 2ଟା ପର୍ଯ୍ୟନ୍ତ ରାଜଧାନୀରେ ଜଳଯୋଗାଣ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଓ୍ବାଟକୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦୁର୍ବଳ ପାଇପ ମରାମତି ପାଇଁ ଶୁକ୍ରବାର ଅପରାହ୍ନ 2ଟାରୁ ଶନିବାର ଅପରାହ୍ନ 2ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ମୁଣ୍ଡଳିରୁ ଘାଟିକିଆ ଆସୁଥିବା ମୁଖ୍ୟ ପାଇପ ଲାଇନର କିଛି ସ୍ଥାନରେ ଲିକ୍ ରହିଛି । ଘାଟିକିଆ ଅଞ୍ଚଳର କଳିଙ୍ଗନଗର, ପାତ୍ରପଡା, ଭରତପୁରସ ସାମପୁର, ଘାଟିକିଆ, ଖଣ୍ଡଗିରି, କୋଳଥିଆ, ଆଇଗଣିଆ, ସିଆରପି, ବରମୁଣ୍ଡା, ଯଦୁପୁର, ଡୁମୁଡୁମା,ହାଉସିଂବୋର୍ଡ, ଜାଗମରା, ଜଗମୋହନ ନଗର, ଶତାବ୍ଦୀ ନଗର, ଲିଙ୍ଗରାଜ ବିହାର, କପିଳ ପ୍ରସାଦ, ସୁନ୍ଦରପଦା, କ୍ରିଷ୍ଣା ଗାର୍ଡେନରେ ଜଳ ଯୋଗାଣ ପ୍ରଭାବିତ ହେବ । ଏହାସହିତ ଗଙ୍ଗନଗର ପଳାପଲ୍ଲୀ, ଶିରିପୁର, ଗଙ୍ଗନଗର, ଏରୋଡ୍ରମ ଅଞ୍ଚଳ, କବାଡିବସ୍ତି, ଗଡ ସାହି, ବାଲିତୋଟା ସାହି, ଆନନ୍ଦ ବିହାର, ସୀତାପଲ୍ଲୀ ବସ୍ତି ଏବଂ ଶାସ୍ତ୍ରୀ ନଗରରେ ଜଳ ଯୋଗାଣ ବନ୍ଦ ଧରିବ । ଯଦି ଦେଖିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଳାଦ୍ରୀ ବିହାର, ସାଲିଆ ସାହି, ମୈତ୍ରୀ ବିହାରରେ ମଧ୍ୟ ଜଳ ଯୋଗାଣ ପ୍ରଭାବିତ ହେବ ।

Get real time updates directly on you device, subscribe now.