ଏ କେମିତିକା ଝଗଡା..ସ୍ତ୍ରୀକୁ ନଖୁଆଇ ଭୋଇବୋହୂକୁ ପିଜା ଖୁଆଇଲେ ସ୍ବାମୀ, ରାଗରେ ପେଟକୁ ମାରିଦେଲା ଗୁଳି

ନୂଆଦିଲ୍ଲୀ: ପିଜାକୁ ନେଇ ସ୍ବାମୀକୁ ଗୁଳି ମାରିଲା ସ୍ତ୍ରୀ । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ । ଭାଇବୋହୂକୁ ସ୍ବାମୀ ପ୍ରଥମେ ପିଜା ଖୁଆଇ ଦେଲେ ବୋଲି ରାଗିଗଲେ ସ୍ତ୍ରୀ । ନିଜ କ୍ରୋଧକୁ ସମ୍ଭାଳି ନପାରି ଭାଇବୋହୂକୁ ଗୁଳିମାଡ କରିଛନ୍ତି । ଦକ୍ଷିଣ-ପୂର୍ବ ଦିଲ୍ଲୀରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ବୁଧବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରାଥମିକ ତଦନ୍ତ କରି 4ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁଳି ମାଡରେ ଜଣେ ମହିଳା ଜିଟିବି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସିଲମପୁର ଥାନାକୁ ସୂଚନା ମିଳିଥିଲା । ଏହାପରେ ଆମେ ଶୀଘ୍ର ଯାଇ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୀଡିତାଙ୍କର ଭାଇବୋହୂ ସମସ୍ତଙ୍କ ପାଇଁ ପିଜା ଆଣିଥିଲେ । ପରିବାରରେ ସମସ୍ତଙ୍କୁ ପିଜା ବାଣ୍ଟିଥିଲେ । ତେବେ ଦୁଇ ଜାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଭଲ ନଥିଲା । ତେବେ ସ୍ବାମୀ ପ୍ରଥମେ ସ୍ତ୍ରୀକୁ ନଖୁଆଇ ଭାଇବୋହୂକୁ ପିଜା ଖୁଆଇଥିଲା । ଏହାକୁ ନେଇ 3ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝିମିଟି ଖେଳକୁ ମହାଭାରତ ଭଳି ସ୍ତ୍ରୀ ନିଜ ଭାଇମାନଙ୍କୁ ଶାଶୁଘରକୁ ଡାକି ଝଗଡା ଆରମ୍ଭ କରିଥିଲା । ତେବେ ଏହି ସମୟରେ ସ୍ତ୍ରୀ ରାଗ ସମ୍ଭାଳି ନପାରି ଭାଇବୋହୂକୁ ଗୁଳି ଫୁଟାଇ ଦେଇଥିଲା । ଏହାପରେ ତାଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.