WhatsAppରେ ପୁରୁଣା ଚାଟ ସର୍ଚ୍ଚ କରିବା ହୋଇଯିବ ସହଜ, ଖୁବ ଶିଘ୍ର ଆସୁଛି ନୂଆ ଫିଲ୍ଟର

ନୂଆଦିଲ୍ଲୀ: ଯେବେ ବି ଇନଷ୍ଟାଣ୍ଟ ମେସେଜିଙ୍ଗ କଥା ଆସେ ସର୍ବପ୍ରଥମେ ହ୍ୱାଟ୍ସଆପର ନାମ ଭାବନାରେ ଆସିଥାଏ। ସାରା ଦୁନିଆରେ ହାରାହାରି ୩.୫ ବିଲିୟନରୁ ଅଧିକ ଲୋକେ ଏହି ଆପ୍ଲିକେସନର ବ୍ୟବହାର ଚାଟିଂ ପାଇଁ କରନ୍ତି। ନିଜ ୟୁଜର୍ସଙ୍କୁ ସୁବିଧା ଯୋଗାଇବା ପାଇଁ ହ୍ୱାଟ୍ସଆପ ନୂଆ-ନୂଆ ଫିଚର୍ସ ଆଣିଥାଏ। ବର୍ତ୍ତମାନ ହ୍ୱାଟ୍ସଆପ ଏକ ନୂଆ ଫିଚର୍ସକୁ ଟେଷ୍ଟିଙ୍ଗ କରୁଛି, ଯେଉଁଥିରେ ଆପଣଙ୍କୁ ନିଜ ଚାଟକୁ ଅର୍ଗାନାଇଜ କରିବାରେ ସହଯୋଗ ମିଳିବ।

ହ୍ୱାଟ୍ସଆପର ଅପକମିଙ୍ଗ ଫିଚରର ସୂଚନା କମ୍ପାନୀର ଅପଡେଟ୍ସ ଏବଂ ଆଗାମୀ ଫିଚର୍ସ ଉପରେ ନଜର ରଖୁଥିବା ୱେବସାଇଟ Wabetainfo  ନିଜର ଏକ ରିପୋର୍ଟରେ ଦେଇଛି। Wabetainfo ମତାବକ WhatsApp Android 2.24.22.5 ବୀଟା ଅପଡେଟରୁ ଆସୁଥିବା ଫିଲ୍ଟର ଚାଟ ଫିଚରର ସୂଚନା ମିଳିଛି।

WhatsAppର ଏହି ନୂଆ ଫିଚର ୟୁଜର୍ସଙ୍କୁ ଚାଟ ଲିଷ୍ଟରେ ସିଧା ଏକ ନୂଆ ଲିଷ୍ଟ କ୍ରିଏଟ କରିବାରେ ସାହାଯ୍ୟ କରିବ। ଲିଷ୍ଟ କ୍ରିଏଟ ହେବା ପରେ ହ୍ୱାଟ୍ସଆପ ଅଟୋମେଟିକାଲୀ ଏକ ଫିଲ୍ଟର ପ୍ରସ୍ତୁତ କରିବ ନେବ। ଏଥିରେ ଆପଣଙ୍କୁ ସିଲେକ୍ଟେଡ କଣ୍ଟାକ୍ଟ ଏବଂ ଗ୍ରୁପ ଚାଟ ହିଁ ଶୋ କରିବ। ଏହି ଫିଲ୍ଟରର ସାହାଯ୍ୟରେ ୟୁଜର୍ସ ସହଜରେ ଯେକୌଣସି ସ୍ପେସିଫିକ ଚାଟକୁ ସହଜରେ ଖୋଜିପାରିବ।

ହ୍ୱାଟ୍ସଆପର ଏହି ଫିଚର ବର୍ତ୍ତମାନ ଟେଷ୍ଟିଙ୍ଗ ମୋଡରେ ଅଛି ଏବଂ ଏହାକୁ ବର୍ତ୍ତମାନ ବୀଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଉଛି। ଟେଷ୍ଟିଙ୍ଗ ପୁରା ହେବା ପରେ ଏହାକୁ ନର୍ମାଲ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯିବ।

Get real time updates directly on you device, subscribe now.