(Video) ବିଜୟା ଦଶମୀରେ ଜନ୍ମନେଲେ କି ଦେବୀ, ଛୁଆକୁ ଦେଖି ଭାବବିହ୍ବଳ ହେଲେ ପରିବାର

ନୂଆଦିଲ୍ଲୀ: ଭାରତରେ ନବରାତ୍ରୀ ହିନ୍ଦୁମାନଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଦିନ ଦୁର୍ଗା ମାତାଙ୍କର ପୂଜା କରାଯାଇଥାଏ । ନବରାତ୍ରୀରେ 9 ଦିନ ପର୍ଯ୍ୟନ୍ତ ମାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ । ତେବେ ଉତ୍ସବ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଲୋକେ ଦେବୀ ମା ଜନ୍ମ ହୋଇଛନ୍ତି ବୋଲି କହିଛନ୍ତି । ବିଜୟାଦଶମୀରେ ହିଁ ଝିଅ ଜନ୍ମ ହେବାରୁ ଦେବୀ ମାଙ୍କ ଆର୍ଶିବାଦ ବୋଲି କହିଛନ୍ତି । ଏହାପରେ ନବଜାତକୁ ମା ଅମ୍ବି ରୂପରେ ସଜାଇଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି ଯେ, ନବଜାତକୁ ପାରମ୍ପରିକ ଲାଲ ବସ୍ତ୍ରରେ ଗୋଡେଇ ଦିଆଯାଇଛି । ଏହାପରେ ମୁଣ୍ଡରେ ଏକ ଛୋଟ ମୁକୁଟ ଦିଆଯାଇଛି । ଏହାକୁ ଦେଖିବା ପରେ ପରିବାର ଲୋକଙ୍କ ଆଖିରେ ଲୁହ ଦେଖାଯାଇଛି । ଦଶମୀରେ ଝିଅ ଜନ୍ମ ହୋଇଥିବାରୁ ପରିବାରରେ ଖୁସିର ଲହରି ଦେଖାଯାଇଛି । ସେହି ସମୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ନବଜାତକୁ ଡାକ୍ତର ହିଁ ଏଭଳି ସଜେଇଥିବା କାରଣରୁ ସମସ୍ତେ ପ୍ରଶଂସାରେ ପୋତି ଦେଇଛନ୍ତି । ତେବେ ଏହି ଭିଡିଓ କେଉଁ ସ୍ଥାନର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି ଏହି ଭିଡିଓ ।

Get real time updates directly on you device, subscribe now.