(Video) ସରଦ ପାୱାରଙ୍କ ନାଁରେ ସଂଗୀନ ଅଭିଯୋଗ, ଦାଉଦ ସହ ଦୁବାଇରେ ଭେଟିଥିଲେ

ମୁମ୍ବାଇ: ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସଭାପତି ପ୍ରକାଶ ଆମ୍ବେଦକର ଏନସିପି ମୁଖିଆଙ୍କ ବିରୋଧରେ ଆଣିଛନ୍ତି ବଡ ଅଭିଯୋଗ । ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ଏନସିପି ମୁଖିଆଙ୍କ ରହିଛି ଘନିଷ୍ଠତା । ସରଦ ସାଉଦୀ ଆରବରେ ଦାଉଦ ସହ ସାକ୍ଷାତ କରିଥିବା ପରି ସଂଗୀନ ଅଭିଯୋଗ ଦୃଢତାର ସହ ଆଣିଛନ୍ତି ଆମ୍ବେଦକର ।

ଆମ୍ବେଦକର ପ୍ରଶ୍ନ କରିଛନ୍ତି, ଯଦି ଉଭୟଙ୍କ ସାକ୍ଷାତକାର ପାଇଁ କେନ୍ଦ୍ର ଅନୁମତି ନାହିଁ ତେବେ ମୁଖ୍ୟମନ୍ତ୍ରୀ ଭାବେ ଏହି ରିପୋର୍ଟ କେନ୍ଦ୍ରକୁ ଦିଆଯାଇଥିଲା ନା ନାହିଁ? ଆମ୍ବେଦକର କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରଶ୍ନର ଉତ୍ତରଦାୟୀ । ଏହା ଉପରେ ସେ ଜବାବ ଦିଅନ୍ତୁ । ଆଗକୁ ଆମ୍ବେକର ଆହୁରି କହିଛନ୍ତି କି, ସେ କହୁନାହାନ୍ତି କି, ଏଥିରେ କୌଣସି ଗୋଟିଏ ଦଳର ସମ୍ପର୍କ ରହିଛି । ଏହା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଉଠାଇଛି । ଏହା ଉପରେ ରାଜ୍ୟ ଓ କେନ୍ଦ୍ରକୁ ଆଲୋଚନା କରିବା ଦରକାର ।

ପ୍ରକାଶ ଆମ୍ବେଦକର କହିଛନ୍ତି କି, ବାବା ସିଦ୍ଦିକିଙ୍କ ହତ୍ୟା ମାତ୍ର ଆରମ୍ଭ । ବର୍ତ୍ତମାନ ସ୍ଥିତି ସେମିତି, ଯେମିତି ୧୯୯୦-୨୦୦୦ ମଧ୍ୟରେ ଥିଲା । ଏହି ସ୍ଥିତି ଆଗକୁ ଆହୁରି ଖରାପ ହେବ ଆଗକୁ । ତେଣୁ ନିର୍ବାଚନ ସମୟରେ ଏହି ପ୍ରସଙ୍ଗକୁ ଉଠାଯାଉଛି ଯେମିତି ଭୋଟର ବୁଝିପାରିବେ । ଏମିତି ନ ହେଉ କି, ମୁମ୍ବାଇକୁ ଏସବୁର ହଟ ସ୍ପପ୍ଟ କରି ଦିଆ ନ ଯାଉ । ତେଣୁ ଏହାର କାରଣ କେନ୍ଦ୍ରକୁ ଖୋଜି ବାହାର କରିବାର ଅଛି । ଏହା କେବଳ ଲ ଆଣ୍ଡ ଅର୍ଡର ସହ ନୁହେଁ, ଦେଶ ସୁରକ୍ଷା ସହ ମଧ୍ୟ ଜଡିତ ରହିଛି ବୋଲି କହିଛନ୍ତି ଆମ୍ବେଦକର ।

 

Get real time updates directly on you device, subscribe now.