ପୁଣି ବିମାନରେ ବୋମା ଥିବା କଲ୍; ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନକୁ ମିଳିଲା ଧମକ

୬ ଦିନରେ ଆସିଲାଣି ୨୨ ମାମଲା; ଚିନ୍ତାରେ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିବା ଭିସ୍ତାରାର ବିମାନ ୟୁକେ-୧୭କୁ ବୋମା ମାଡ଼ ଧମକ ଦିଆଯାଇଛି । ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଥିଲା । ବିମାନକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟକୁ ଡାଇଭର୍ଟ କରାଯାଇଥିଲା ଯେଉଁଠାରେ ସୁରକ୍ଷା ଅଧିକାରୀମାନେ ଅଢ଼େଇ ଘଣ୍ଟା ଯାଞ୍ଚ କରିବା ପରେ କୌଣସି ସନ୍ଦେହଜନକ ଜିନିଷ ପାଇନଥିଲେ ।

ପ୍ରୋଟୋକଲ୍ ଅନୁଯାୟୀ ଧମକ ପାଇବା ପରେ ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ବିମାନଟିକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରିବା ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ । ଫ୍ରାଙ୍କଫର୍ଟର ସୁରକ୍ଷା ଅଧିକାରୀମାନେ ବିମାନକୁ ଯାଞ୍ଚ କରିଥିଲେ, ଯେଉଁଥିରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ।

ଗତ ୬ ଦିନ ମଧ୍ୟରେ ଭାରତୀୟ ବିମାନରେ ବୋମା ଧମକ ମିଳିବାର ଏହା ହେଉଛି ୨୨ତମ ଘଟଣା । ଯାହା ପରେ କ୍ରମାଗତ ଧମକ ଭିତରେ କେନ୍ଦ୍ର ସରକାର ଅକ୍ଟୋବର ୧୬ତାରିଖରେ ବିମାନରେ ଏୟାର ମାର୍ଶାଲଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାବ୍ୟତୀତ ଗୃହ ମନ୍ତ୍ରଣାଳୟ ବିମାନ ଚଳାଚଳ ମନ୍ତ୍ରଣାଳୟଠାରୁ ମଧ୍ୟ ରିପୋର୍ଟ ମାଗିଛି ।

ଅକ୍ଟୋବର ୧୬ରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ନେଇ ସଂସଦୀୟ କମିଟିକୁ ଜବାବ ଦେଇଥିଲା । ମନ୍ତ୍ରଣାଳୟ କହିଛି ଯେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଏଭଳି ଅନେକ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

 

Get real time updates directly on you device, subscribe now.