ଦୀପାବଳି ପୂର୍ବରୁ ବିଷାକ୍ତ ରାଜଧାନୀ ବାୟୁ, ଗାଡି ଜବତ କରୁଛନ୍ତି ସରକାର!

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳି ପୂର୍ବରୁ ହିଁ ରାଜଧାନୀ ବାୟୁରେ ବିଷ ଦେଖାଯାଇଛି । ଦିନକୁ ଦୁନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଆଁର ଚାଦର ଢାଙ୍କି ହେଲା ଭଳି ମନେ ହେଉଛି । ଆଜି ସକାଳୁ ଦିଲ୍ଲୀ ଏନସିଆରରେ ଏଭଳି ସ୍ଥିତି ଦେଖାଯାଇଛି । ବାୟୁର ଗୁଣାବତ୍ତା ନିମ୍ନସ୍ତରକୁ ଖସି ଆସିଛି । ଜାତୀୟ ରାଜଧାନୀ ଦିଲ୍ଲୀର AQI ଶନିବାର ୨୭୪ରେ ପହଞ୍ଚିଛି । 13ଟି ସ୍ଥାନରେ ବାୟୁ ଗୁଣାବତ୍ତା ନିମ୍ନମାନର ରହିଛି । ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ କହିଥିବା ବେଳେ ଆଗକୁ ଦୀପାବଳି ରହିଥିବାରୁ ଚିନ୍ତା ଆହୁରି ବୃଦ୍ଧି ପାଇଛି ।

ଦିଲ୍ଲୀର ମୁଣ୍ଡକାରେ ବାୟୁ ଗୁଣାବତ୍ତା 374ରେ ପହଞ୍ଚିଛି । ବବାନାରେ ୩୬୬, ଜାହାଙ୍ଗିରପୁରିରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ ନୋଏଡାରେ ୨୨୬ ଓ ଫରିଦାବାଦର AQI ୨୦୯ ରେକର୍ଡ ହୋଇଛି । ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣ ମାତ୍ର ଆହେତୁକ ଭାବେ ବୃଦ୍ଧି ପାଇଛି ଯାହା ଅନେକ ସମସ୍ୟା ସୃଷ୍ଟି କରୁଛି ।

ପୁରୁଣା ଗାଡି ଜବତ ପାଇଁ ଦିଲ୍ଲୀ ସରକାର ପୁଣି ଥରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । 10 ବର୍ଷ ପୁରୁଣା ଡିଜେଲ ଗାଡି ଏବଂ 15 ବର୍ଷ ପୁରୁଣା ପେଟ୍ରୋଲ ଗାଡି ଜବତ କରିବା ପାଇଁ ସରକାର ଏକ ଅଭିଯାନ ଚଳାଇବାକୁ କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅକ୍ଟୋବର 12 ରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Get real time updates directly on you device, subscribe now.