ଏତିକି ଲକ୍ଷରେ ବିକ୍ରି ହେଲା ତିନି ରଥର ୪୨ ଚକ, ଜାଣନ୍ତୁ କେଉଁ ଅଂଶ କେତେ ଟଙ୍କା

ପୁରୀ: ଚଳିତବର୍ଷ ରେକର୍ଡ ସଂଖ୍ୟାରେ ବିକ୍ରି ହୋଇଛି ମହାପ୍ରଭୁଙ୍କୁ ରଥ ଚକ। ତିନି ରଥର ୪୨ଟି ଚକ ୪୮ ଲକ୍ଷ ୨ହଜାର ଟଙ୍କାରେ ବିକ୍ରି ହୋଇ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ୨୦୧୪ ମସିହାରେ ଡ.ଅରବିନ୍ଦ ପାଢୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିବା ସମୟରେ ଏହି ରଥର ଚକ ଏବଂ ଅନ୍ୟାନ୍ୟ ଅଂଶର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୂର୍ବରୁ ଏହି ରଥ ଚକ ବିକ୍ରି ହେଉନଥିଲା, ରଥଯାତ୍ରା ଶେଷ ପରେ ଚକ, ଅଖ ସହ ଅନ୍ୟାନ୍ୟ ଅଂଶକୁ ମହାପ୍ରସାଦ ରୋଷେଇ ପାଇଁ ଯାଉଥିଲା।

୨୦୧୪ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢୀ ଶ୍ରୀମନ୍ଦିରର ରାଜସ୍ୱ ବୃଦ୍ଧି ଏବଂ ଭକ୍ତଙ୍କ କିଣିବାର ଆଗ୍ରହ ଦେଖି ବିକ୍ରି ପ୍ରକ୍ରିୟା ଆରମ୍ଭ କରିଥିଲେ। ସେବେଠୁ ତିନି ରଥର ଅଂଶ ବିକ୍ରି କରାଯାଉଛି। ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନ୍ଦିଘୋଷ ରଥର ଚକ ପିଛା ୬୦ ହଜାର ଟଙ୍କା ଓଦେବୀ ସୁଭଦ୍ରାଙ୍କ ରଥର ଚକ ପିଛା ଦର ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହିଭଳି ପ୍ରତି ରଥର ଗୁଜ ଓ ଅସୁଆରି ପିଛା ୧୦ ହଜାର ଟଙ୍କା ଓ ପଭା ପିଛା ୨୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।

ଯଦି କିଏ ତିନୋଟି ଚକ ଏକକାଳୀନ ନିଅନ୍ତି ତେବେ ସେମାନଙ୍କ ପାଇଁ ରିହାତି ଦର ୨ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ଚକ ଏବଂ ରଥର ଅନ୍ୟାନ୍ୟ ଅଂଶ କ୍ରୟ ପାଇଁ ଆବେଦନର ଶେଷ ତାରିଖ ସେକ୍କେମ୍ବର ୧୫ ତାରିଖ ଧାର୍ଯ୍ୟ ହୋଇଥିଲା। ପ୍ରଥମରୁ ଯେଉଁ ଯୋଗ୍ୟ ଆବେଦନକାରୀ ଥିଲେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚକ ବିକ୍ରି କରାଯାଇଥିଲା।

Get real time updates directly on you device, subscribe now.