ସ୍ଲିପର ବସ୍‌-ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୮ ଶିଶୁ ସମେତ ୧୧ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସ୍ଲିପର ବସ୍ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୮ ଜଣ ଶିଶୁଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ ୧୧ରେ ଏହି ଦୁର୍ଘଟଣାଟି ଘଟିଛି। ସମସ୍ତ ମୃତଦେହକୁ ସରକାରୀ ହସ୍ପିଟାଲରେ ରଖାଯାଇଛି। ଦୁର୍ଘଟଣାଟି ରାଜସ୍ଥାନ ଧୋଲପୁର ଜିଲ୍ଲାରେ ଘଟିଥିବା ଜଣାପଡିଛି। ଏହି ସମସ୍ତ ଲୋକେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ।

ପୋଲିସ ମୁତାବକ, ଦୁର୍ଘଟଣାଟି ଜାତୀୟ ରାଜପଥ ନଂ ୧୧ରେ ଘଟିଛି। ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳର ସୁନିପୁର ଗାଁ ପାଖାପାଖି ଏହି ଦୁର୍ଘଟଣାଟି ଘଟିଛି। ସେଠାରେ ସ୍ଲିପର କୋଚ ବସ୍ ଏବଂ ଏକ ଟେମ୍ପୁ ମଧ୍ୟରେ ଖୁବ ଜୋରରେ ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ୧୧ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଆଠଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ ସାମିଲ ଅଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ବରୋଲୀ ଗାଁରେ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗାଁକୁ ଫେରୁଥିଲେ। ମୃତ୍ୟୁ ଘଟିଥିବା ସମସ୍ତ ଲୋକେ ସହରର ଗୁମଟ ମୋହଲ୍ଲାର ନିବାସୀ ଅଟନ୍ତି।