ଏହି ବାରରେ ଜନ୍ମ ହୋଇଥିବା ପିଲା ହୋଇଥାଆନ୍ତି ଭାଗ୍ୟଶାଳୀ, ସବୁଥିରେ ହୁଅନ୍ତି ସଫଳ

ଓଡ଼ିଶା ଭାସ୍କର: ପିଲାଟି ଜନ୍ମ ହେବାରେ ଘରେ ଖୁସିର ଲହରୀ ଖେଳିଯାଏ। ଏଥିସହ ସେ କେଉଁ ଦିନ ଜନ୍ମ ହୋଇଛି, ତାର ରାଶି, ନକ୍ଷତ୍ର ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱ ରଖିଥାଏ। ତେବେ ଜନ୍ମ ବାରର ମଧ୍ୟ ଅନେକ ମହତ୍ତ୍ଵ ରହିଛି, କେଉଁ ବାରରେ ଜନ୍ମ ହୋଇଥିବା ପିଲା କିପରି ହୋଇଥାନ୍ତି, ଆସନ୍ତୁ ଜାଣିବା ଏହି ବିଷୟରେ।

ସୋମବାର: ଏହି ବାରରେ ଜନ୍ମ ହୋଇଥିବା ପିଲା ବୁଦ୍ଧିମାନ ହୋଇଥାଏ। ଏମାନେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଏମାନେ ଅତ୍ୟନ୍ତ ଭଲ ସ୍ୱଭାବର ହୋଇଥାନ୍ତି। କିନ୍ତୁ ଏମାନଙ୍କ ପାଖରେ ଆଦୌ ଧୋର୍ଯ୍ୟ ନଥାଏ।

ମଙ୍ଗଳବାର: ଏହି ବାରରେ ଜନ୍ମ ହୋଇଥିବା ପିଲା ମାନେ ଅତ୍ୟନ୍ତ ରାଗି ହୋଇଥାନ୍ତି। ଏମାନେ ଅନ୍ୟ ମାନଙ୍କ ଠାରୁ ନିଜର ପ୍ରଶଂସା ଶୁଣିବା ପାଇଁ ଆଗଭର ହୋଇଥାନ୍ତି। ତେବେ ଏମାନଙ୍କ ମନରେ ସବୁବେଳେ ନୂଆ ଶକ୍ତି ଭରପୁର ହୋଇଥାଏ। ଏମାନଙ୍କ ଦାମ୍ପତ୍ୟ ଜୀବନରେ ଟିକେ ବାଧା ଦେଖା ଦେଇଥାଏ।

ବୁଧବାର: ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମାନ ହେବା ସହ ନିଜ ପରିବାରକୁ ସର୍ବଦା ଭଲପାଆନ୍ତି। ଏମାନଙ୍କ ପରିବାରରେ କେହି ବି ସମସ୍ୟାରେ ପଡିଲେ ଏମାନେ ସମାଧାନ କରିବା ପାଇଁ ଆଗେଇ ଆସନ୍ତି ଆଉ ସହଜରେ ସମାଧାନ କରି ଦିଅନ୍ତି। ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଗୁରୁବାର: ଏହି ବାରରେ ଜନ୍ମ ହୋଇଥିବା ଲୋକମାନେ ଅତି ମହତ୍ୱ କାର୍ଯ୍ୟ କରିଥାନ୍ତି। ଏମାନେ ସମସ୍ତଙ୍କୁ ସହଜରେ ପ୍ରଭାବିତ କରିପାରନ୍ତି। ଏମାନେ ଦେଖିବା ପାଇଁ ଲମ୍ବା ଆଉ ସୁନ୍ଦର ହୋଇଥାନ୍ତି। ଏମାନେ ଭଲ ପିଲା ମାନଙ୍କ ସହ ମିତ୍ରତା କରିବାକୁ ପସନ୍ଦ କରନ୍ତି।

ଶୁକ୍ରବାର: ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏମାନେ ଭୋଗ ବିଳାସରେ ଖର୍ଚ୍ଚ କରିବା ପାଇଁ ବହୁତ ପସନ୍ଦ କରନ୍ତି। କଳା କ୍ଷେତ୍ରରେ ଏମାନେ ବହୁତ ଆଗକୁ ଯାଆନ୍ତି। ବିବାହ ଜୀବନ ଏମାନଙ୍କର ବହୁତ ଭଲ ଚାଲିଥାଏ। ଏମାନେ ଇର୍ଷାରେ ଭରପୁର ହୋଇଥାନ୍ତି। ଏମାନେ ଦାନି ସ୍ୱଭାବର ହୋଇଥାନ୍ତି।

ଶନିବାର: ଏହି ବାରରେ ଜନ୍ମ ହୋଇଥିବା ଲୋକେ ଅଳସୁଆ ହୋଇଥାନ୍ତି। ଏମାନେ କିଛି କାମ କରିବା ପାଇଁ ଯୋଜନା କରନ୍ତି କିନ୍ତୁ ସେହି କାମ କରିପାରନ୍ତି ନାହିଁ । ଯେତେ କଷ୍ଟ ଆସିଲେ ମଧ୍ୟ ଏମାନେ ବ୍ୟସ୍ତ ହୁଅନ୍ତି ନାହିଁ । ଏମାନେ କ୍ରୋଧୀ ସ୍ଵଭାବର ହୋଇଥାନ୍ତି , ଯେଉଁଥି ପାଇଁ ଲୋକଙ୍କ ସହ ଏମାନଙ୍କର ଝଗଡା ହୋଇଥାଏ। ଏମାନଙ୍କ ସାଙ୍ଗ ସାଥୀ କମ୍ ହୋଇଥାନ୍ତି।

ରବିବାର: ଏହି ବାର ସୂଯ୍ୟଙ୍କ ବାର, ତେବେ ଏହି ବାରରେ ଜନ୍ମ ହୋଇଥିବା ଲୋକେ ଭାଗ୍ୟଶାଳୀ ହୋଇଥାନ୍ତି। କାହା ଅଧୀନରେ ରହି କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ଏମାନେ କମ୍ କଥା କରିବାକୁ ପସନ୍ଦ କରନ୍ତି। କଳା ଏବଂ ଶିକ୍ଷା କ୍ଷେତ୍ରରେ ଏମାନେ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଘର ପରିବାରର ଲୋକଙ୍କୁ ଖୁସିରେ ରଖିବା ପାଇଁ ଏମାନେ ବହୁତ ଚେଷ୍ଟା କରନ୍ତି। ଏମାନେ କମ୍ କଥା କହିଥାନ୍ତି ଆଉ ସାଙ୍ଗ ମାନଙ୍କ ପାଖରେ ଏମାନେ ସମର୍ପିତ ରହିଥାନ୍ତି। ୨୦ ରୁ ୨୨ ବର୍ଷ ମଧ୍ୟରେ ଏମାନଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ ।