ଦୂରରେ ରହି ଘର ଉପରେ ରଖିପାରିବେ ନଜର, ମାତ୍ର 1500 ଟଙ୍କାରେ ମିଳୁଛି ଏହି CCTV

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଘରେଘରେ ସିସିଟିଭିର ଆବଶ୍ୟକତା ରହିଛି । ପ୍ରତିଦିନ ଚୋରି ବୃଦ୍ଧି ପାଉଥିବା ବେଳେ ସମସ୍ତେ ଘରେ ସିସିଟିଭି ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସିସିଟିଭି ଦ୍ବାରା ଗୋଟିଏ ସ୍ଥାନରେ ବସି ସବୁଆଡେ ନଜର ରଖିବାରେ ସମ୍ଭବ ହୋଇପାରିବ । ଯେତେବେଳେ ପ୍ରଥମେ ସିସିଟିଭି କ୍ୟାମେରା ବଜାରକୁ ଆସିଥିଲା, ସେତେବେଳେ ଦାମ୍ ଅଧିକ ରହିଥିଲା । କିନ୍ତୁ ସମୟ ସହିତ ସିସିଟିଭି କ୍ୟାମେରାର ଟେକ୍ନୋଲୋଜି ଏବଂ ଏହାର ଦାମରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସମୟରେ 1500 ଟଙ୍କାରେ ମଧ୍ୟ ସିସିଟିଭି କ୍ୟାମେରା ମିଳୁଛି । ଏଥିରେ ଏଚଡି ଏବଂ ଓ୍ବାଇଫାଇ ଟେକ୍ନୋଲୋଜି ମଧ୍ୟ ମିଳିବ । ଏହାକୁ ଆପଣ ଚାହିଁଲେ ନିଜେ ମଧ୍ୟ ଇନଷ୍ଟଲ କରିପାରିବେ । ଏହା ଫୋନ ସହିତ ମଧ୍ୟ କନେକ୍ଟ ହୋଇପାରିବ ।

CP PLUS 2MP Full HD CCTV–  ଏହି କ୍ୟାମେରା ସମସ୍ତ ଇକମର୍ସ ସାଇଟରେ ଉପଲବ୍ଧ ରହିଛି । ଆମାଜନରେ ଏହାର ଦାମ୍ ମାତ୍ର 1599 ଟଙ୍କା ରହିଛି । ଏହାସହିତ ଅଲଗା ଡିସକାଉଣ୍ଟ ମଧ୍ୟ ରହିଛି । ଏହି କ୍ୟାମେରାରେ FHD ଭ୍ୟୁ, 360 ଡିଗ୍ରୀ ଭ୍ୟୁ ଏବଂ ଓ୍ବାଇଫାଇ ସୁବିଧା ମଧ୍ୟ ରହିଛି ।

Tapo TP-Link C200-ଏହାର ଦାମ୍ ମଧ୍ୟ 1599 ଟଙ୍କା ରହିଛି । ଏଥିରେ 1080 FHD ଏବଂ 360 ଡିଗ୍ରୀ ଭ୍ୟୁ ମିଳିବ । ଓ୍ବାଇଫାଇ ସହିତ 2 ଓ୍ବେ ଅଡିଓ ସୁବିଧା ମଧ୍ୟ ମିଳିବ ।

IMOU 360° 1080P Full HD– ଯଦି ଏହି କ୍ୟାମେରାର ଦାମ୍ କଥା ଦେଖିବା ତାହେଲେ ଇକରର୍ସ ସାଇଟରେ ଏହାର ଦାମ୍ 1299 ଟଙ୍କା ରହିଛି । ସିକ୍ୟୁରିଟି ପର୍ପଜ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ମୋସନ ଟ୍ରାକିଂ, ନାଇଟ ଭିଜନ ଏବଂ ଓ୍ବାଇଫାଇ ସୁବିଧା ମଧ୍ୟ ରହିଛି ।