୩୬ ବର୍ଷରେ ଭାରତର ପ୍ରଥମ ପରାଜୟ, ବେଙ୍ଗଲୁରୁରେ ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୮ ୱିକେଟରେ ପରାଜୟ କରିଛି। ମ୍ୟାଚର ପଞ୍ଚମ ଦିନ କିୱି ଟିମକୁ ଜିଡିବା ପାଇଁ ୧୦୭ ରନ କରିଥିଲା, ଯାହାକୁ ଅତିଥି ଟିମ ୨ ୱିକେଟ ହରାଇ ହାସଲ କରିଛନ୍ତି। ଶେଷ ଦିନ ରଚିନ ରବିନ୍ଦ୍ର ଏବଂ ୱିଲ ୟଙ୍ଗଙ୍କ ମଧ୍ୟରେ ୭୨ ରନର ପାର୍ଟନରସିପ ଟିମ ଇଣ୍ଡିଆର ବିଜୟକୁ ସୁନିଶ୍ଚିତ କରିଛନ୍ତି। ମ୍ୟାଚର ଶେଷ ଦିନ ଭାରତ ପାଇଁ ୱିକେଟ ନେଉଥିବା ଏକମାତ୍ର ବୋଲର ଜସପ୍ରୀତ ବୁମରାହ ରହିଛନ୍ତି, ସେ ୨ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି।

ବେଙ୍ଗଲୁରୁ ଟେଷ୍ଟର ପ୍ରଥମ ଦିନ ବର୍ଷା ହୋଇଥିଲା, ସେହିପରି ଦ୍ୱିତୀୟ ଦିନ ଟସ ପଡିବା ପରେ ଭାରତ ପ୍ରଥମେ ବ୍ୟାଟିଂ ପାଇଁ ମନୋନୀତ ହୋଇଥିଲା। ପ୍ରଥମେ ବ୍ୟାଟିଂ ପାଇଁ ଟିମ ଇଣ୍ଡିଆ ମାତ୍ର ୪୬ ରନ କରି ଅଲଆଉଟ ହୋଇଯାଇଥିଲା। ଉତ୍ତରରେ ନ୍ୟୁଜିଲ୍ୟାଣ୍ଡ ୪୦୨ ରନ କରି ପ୍ରଥମ ଇନିଂସରେ ୩୫୬ ରନ ହାସଲ କରିଥିଲା। କିୱି ଟିମ ପାଇଁ ରଚିନ ରବୀନ୍ଦ୍ର ୧୩୪ ରନର ଶତାବ୍ଦୀୟ ଇନିଂସ ଖେଳିଥିଲା ଏବଂ ଟିମ ସାଉଦୀ ମଧ୍ୟ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା।

କ୍ୟାପ୍ଟେନ ରୋହିତ ଶର୍ମା ନିଜେ କହିଥିଲେ ଯେ, ପ୍ରଥମ ଇଂନିସରେ ବ୍ୟାଟିଂ ଚୟନ କରିବା ତାଙ୍କ ଜୀବନରେ ସବୁଠୁ ଖରାପ ନିଷ୍ପତ୍ତିରୁ ଗୋଟିଏ। ଟିମ ଇଣ୍ଡିଆ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିବା ସମୟରେ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କୁ ଅନେକ ଅସୁବିଧାରେ ପକାଇଥିଲା। ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଭାରତର ମାଟିରେ କେବଳ ୨ଟି ଟେଷ୍ଟ ମ୍ୟାଚ ଜିତିପାରିଥିଲା। ଏହାର ପ୍ରଥମ ବିଜୟ ୧୯୬୯ ଏବଂ ଦ୍ୱିତୀୟ ବିଜୟ ୧୯୮୮ରେ ହୋଇଥିଲା। ବର୍ତ୍ତମାନ ୩୬ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି।