(Video) ସାମ୍ନାକୁ ଆସିଲା ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ବିସ୍ଫୋରଣର ପ୍ରଥମ ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ଉକ୍ତ ବିସ୍ଫୋରଣର ଶବ୍ଦରେ ଆଖପାଖରେ ଥିବା କିଛି ଯାନ କ୍ଷତିଗ୍ରସ୍ତ ହୋଇଥିଲା । ବିସ୍ଫୋରଣ ପୂର୍ବରୁ ଦିଲ୍ଲୀ ପୋଲିସ ଓ ଦମକଳ ବିଭାଗକୁ ଏନେଇ ସୂଚନା ମିଳିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବିଭାଗ ପହଞ୍ଚି ତନାଘନା କରିଥିଲେ ହେଁ ସେମାନଙ୍କୁ କିଛି ମିଳିନଥିଲା । ସକାଳ ୭.୫୦ ସମୟରେ ଦମକଳ ବିଭାଗକୁ ଘଟଣା ବାବଦରେ ସୂଚନା ମିଳିଥିଲା ।

ତେବେ ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ଏହ ବିସ୍ଫୋରଣ ପ୍ରଥମ ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ମଚିଯାଇଥିଲା । ବିସ୍ଫୋରଣ ପରେ ଆକାଶ ଧୂଆଁମୟ ହୋଇଯାଇଥିଲା, ଯାହାକି ଏକ ଚିନ୍ତାଜନକ ଖବର । ବିସ୍ଫୋରଣ ପରେ ସଙ୍ଗେସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଦିଲ୍ଲୀ ପୋଲିସ ଏକ୍ସପ୍ଲୋସିଭ ଆକ୍ଟରେ ଏଫଆଇଆର ଦାୟର କରିଛି । ସକାଳୁ ସକାଳୁ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ରହିଥିବା ବେଳେ ଏହି ଅଘଟଣ ଘଟିଥିଲା । ପୋଲିସ ସମେତ ସ୍ପେଶାଲ ସେଲର ଟିମ ପକ୍ଷରୁ ଏହି ମାମଲାର ଏବେ ଯାଞ୍ଚ କରାଯାଉଛି । ଅନ୍ୟପକ୍ଷରେ ସ୍ଥାନୀୟ ବାସିନ୍ଦାମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି ।

Get real time updates directly on you device, subscribe now.