ଓଡ଼ିଶା ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନ: ଫାଇନାଲ ମ୍ୟାଚରେ ହାରିଲା ଗୁଜରାଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଗୁଜରାଟକୁ ହରାଇ ଓଡ଼ିଶା ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନ ହୋଇଛି । କଣ୍ଟାବାଞ୍ଜିର ରେଳବାଇ ଖେଳ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ୭ ବ୍ଲକ ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବିଜୟ ହାସଲ କରିଥିବା ବେଳେ ପ୍ରତିପକ୍ଷ ଗୁଜରାଟ ପରାଜୟ ବରଣ କରିଛି । ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ତୁରେକେଲା ସରପଞ୍ଚ ସଂଘସଭାପତି ଜଳନ୍ଧର ମହାକୁଡ଼, କାର୍ଯ୍ୟକାରୀ ସଭାପତି ସନ୍ତୋଷ ଅଗ୍ରୱାଲ, ମୁଖ୍ୟ ସଂଯୋଜକ ସୁଭେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଚିନ୍ତୟ ଯୋଶୀ ଯୋଗ ଦେଇଥିଲେ ।

ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ପୁରୁଷ ଟିମକୁ ହରାଇ ଓଡ଼ିଶା ଚାମ୍ପିୟନ ହୋଇଥିଲା । ସେହିପରି ମହିଳା (ୱେଷ୍ଟ) ଓ ଓଡ଼ିଶା (ସି) ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା (ୱେଷ୍ଟ) ବିଜୟୀ ହୋଇଥିଲା । ଆଗାମୀ ଦିନରେ କ୍ରୀଡ଼ା ଭିତ୍ତିଭୂମି ଉପରେ ନଜର ଦିଆଯିବା ସହ ଏଭଳି ଖେଳ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।