Unlimited Calling, Free SMS…. ଶସ୍ତା ରିଚାର୍ଜ ପ୍ଲାନରେ Reliance Jioକୁ ଟକ୍କର ଦେଉଛି ଏୟାରଟେଲ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦେଶର ବିଭିନ୍ନ ଟେଲିକମ୍ କମ୍ପାନୀମାନଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ତେବେ ଏହି ଦୌଡ଼ରେ ଖୁବ ଆଗରେ ରହିଛନ୍ତି ରିଲାଏନ୍ସ ଜିଓ ଏବଂ ଏୟାରଟେଲ । କୋଟି କୋଟି ୟୁଜରଙ୍କ ପାଇଁ ଏହି ଦୁଇଟି ଟେଲିକମ୍ କମ୍ପାନୀ ବେଶ୍ ବିଶ୍ୱସ୍ତ ହୋଇପାରିଛି । ତେବେ ଅଧିକରୁ ଅଧିକ ୟୁଜରଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ କମ୍ପାନୀ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ୍ କରୁଛି । ଏହା ଭିତରେ ଏୟାରଟେଲ ଜିଓକୁ ଟକ୍କର ଦେବା ପାଇଁ ଏକ ଶସ୍ତା ଆନୁଆଲ୍ ରିଚାର୍ଜ ପ୍ଲାନ ଲଞ୍ଚ୍ କରିଛି । ଲମ୍ବା ଭ୍ୟାଲିଡିଟି ସହିତ ଅନଲିମିଟେଡ କଲିଙ୍ଗ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି ଏୟାରଟେଲ ।

ୟୁଜରଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏୟାରଟେଲ ଏକ ଶସ୍ତା ଏବଂ ସୁନ୍ଦର ରିଚାର୍ଜ ପ୍ଲାନ ଅଫର କରିଛି । ମାତ୍ର ୧୯୯୯ ଟଙ୍କାରେ ୟୁଜର ୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ଲାନର ଫାଇଦା ଉଠାଇପାରିବେ । ଏହି ରିଚାର୍ଜ ପ୍ଲାନରେ ୟୁଜର ଅନଲିମିଟେଡ କଲିଙ୍ଗ ସୁବିଧା ମିଳିପାରିବ । ଏହାସହିତ ଦୈନିକ ୧୦୦ SMS ପ୍ରଦାନ କରୁଛି କମ୍ପାନୀ । ତେବେ ଅଧିକ କଲ୍ କରୁଥିବା ୟୁଜରମାନଙ୍କ ପାଇଁ ଏହି ପ୍ଲାନ ବେଶ୍ ଲାଭଦାୟକ ହୋଇପାରେ । ତେବେ ଏହି ପ୍ଲାନରେ ଇଣ୍ଟରନେଟ ଡାଟା କମ୍ ମିଳିପାରିବ । ଏହି ପ୍ଲାନରେ ବର୍ଷକ ପାଇଁ ମୋଟ 24GB ଡାଟା ପ୍ରଦାନ କରିବ ଏୟାରଟେଲ । ତେବେ ଆଜିକା ସମୟରେ ଏହି ଡାଟା ଖୁବ କମ୍ ବୋଲି କୁହାଯାଇପାରେ । ତେଣୁ କମ୍ ଡାଟା ବ୍ୟବହାର କରୁଥିବା ୟୁଜର ମାନଙ୍କ ପାଇଁ ଏହି ପ୍ଲାନ ବେଶ୍ ଉପଯୋଗୀ ହୋଇପାରେ ।

ତେବେ ଯଦି ଆପଣଙ୍କୁ ବେସିକ୍ ବ୍ରାଉଜିଙ୍ଗ, ମେସେଜିଙ୍ଗ ଏବଂ କମ୍ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ତେବେ ଏହି ପ୍ଲାନ ରିଚାର୍ଜ କରିପାରିବେ । ଏହି ପ୍ଲାନରେ ୟୁଜରଙ୍କୁ ମାଗଣାରେ Airtel Stream ଆକ୍ସେସ ମଧ୍ୟ ପ୍ରଦାନ କରାଯାଉଛି । ଏହାସହିତ ନିଜ ନମ୍ବରରେ ଫ୍ରି Hello Tunes ମଧ୍ୟ ସେଟ୍ କରିପାରିବେ ୟୁଜର । ତେବେ ଏହି ପ୍ଲାନରେ ୟୁଜର ଅନଲିମିଟେଡ୍ କଲିଙ୍ଗ ସହିତ ମାଗଣା SMS ପଠାଇପାରିବେ । ଏହାବ୍ୟତୀତ ଆପଣଙ୍କୁ ଆପୋଲୋ 24/7 ଫାଇଦା ମଧ୍ୟ ମିଳିପାରିବ । ଏହାଦ୍ୱାରା ୟୁଜର ହେଲ୍ଥ କେୟାର ସର୍ଭିସ ପାଇପାରିବେ ।

Get real time updates directly on you device, subscribe now.