ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ନିଷ୍ପତ୍ତି, ୫ଟି ବ୍ୟାଙ୍କରେ CGM ପଦବୀ ପାଇଁ ଦେଲେ ଅନୁମୋଦନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚଟି ବ୍ୟାଙ୍କରେ ଚୀଫ ଜେନେରାଲ ମ୍ୟାନେଜର(CGM) ପଦବୀ ସୃଷ୍ଟି କରିବା ପାଇଁ ୫ଟି ବ୍ୟାଙ୍କକୁ ଅନୁମୋଦନ ଦେଇଛନ୍ତି । ବୋର୍ଡ଼ ଅଫ୍ ଡିରେକ୍ଟର୍ସ ସ୍ତର ତଳେ ଏହି ପଦବୀ ରହିବ । ଏହା ଦ୍ୱାରା ଏହି ସବୁ ବ୍ୟାଙ୍କ ଗୁଡ଼ିକର ପ୍ରଶାସନିକ ସଂରଚନା ଏବଂ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ହେବ ।

ଅର୍ଥମନ୍ତ୍ରୀ ଏକ ବୟାନରେ କହିଛନ୍ତି, ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିସ୍ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଅନୁମୋଦନ ଦିଆଯାଇଛି ।’ CGM ପଦ ରାଷ୍ଟ୍ରାୟତ ବ୍ୟାଙ୍କରେ GM ଏବଂ ବୋର୍ଡ଼ ସ୍ତରୀୟ ପଦ ମଧ୍ୟରେ ପ୍ରଶାସନିକ ଏବଂ ଫଙ୍କସନାଲ ଲେଭେଲ ଭାବରେ କାର୍ଯ୍ୟ କରିଥାଏ । CGM ପଦରେ ବୃଦ୍ଧି ହେତୁ ଡିଜିଟାଲାଇଜେସନ୍‌, ସାଇବର ସୁରକ୍ଷା, ଅର୍ଥିକ ପ୍ରଯୁକ୍ତିବିଦ୍ୟା, ରିସ୍କ, କମ୍ପ୍ଲିଆନ୍ସ, ଗାଁରେ ବ୍ୟାଙ୍କ, ଫାଇନାନସିଆଲ ଇନକ୍ଲୁଜନ୍ ଭଳି କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯାଇପାରିବ । ଏହା ବ୍ୟତୀତ ଖୁଚୁରା ଋଣ, କୃଷି ଋଣ ପରି କ୍ଷେତ୍ରରେ ଉତ୍ତମ ମନିଟରିଂ ପାଇଁ ବ୍ୟାଙ୍କର କ୍ଷମତା ବୃଦ୍ଧି ହେବ ।

Get real time updates directly on you device, subscribe now.