ଓକିଲାତି କର ନଚେତ ସାମ୍ବାଦିକତା… Double Role କରିପାରିବ ନାହିଁ, ସୁପ୍ରିମକୋର୍ଟରେ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଓକିଲାତି ଏବଂ ସାମ୍ବାଦିକତା ପ୍ରଫେସନକୁ ନେଇ ଏକ ବଡ଼ ରାୟ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଉଭୟ ବୃତ୍ତି ଭିତରୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରଫେସନକୁ ଚୟନ କରିବା ଉଚିତ୍ । ଓକିଲାତି ପଢି ଜଣେ ଓକିଲ ଭାବରେ ପରିଚୟ ଗ୍ରହଣ କର, ନଚେତ୍ ସାମ୍ବାଦିକତା ଜଗତରେ ନିଜକୁ ଆଗେଇ ନିଅ… ଦୁଇଟି ଯାକ କ୍ଷେତ୍ରରେ ଭୂମିକା ଗ୍ରହଣ କରିବା ବନ୍ଦ ହେବା ଉଚିତ୍ ବୋଲି କହିଛନ୍ତି ଅଦାଲତ । ଜଣେ ବ୍ୟକ୍ତିଙ୍କୁ ଓକିଲ ଏବଂ ସାମ୍ବାଦିକ ଭଳି ଦୁଇଟି ଭିନ୍ନ ବିଭାଗରେ ସାମିଲ ହେବା ପାଇଁ ଅନୁମତି ମିଳିପାରିବ ନାହିଁ । ଜଣେ ଓକିଲଙ୍କ ଡବଲ ରୋଲ୍ କାରନାମାକୁ ନେଇ ଏହି ରାୟ ପ୍ରକାଶ ପାଇଛି ।

ବାର କାଉନ୍ସିଲ ଅଫ୍ ଇଣ୍ଡିଆ ଅନୁସାରେ, ଏକାସାଙ୍ଗରେ ଦୁଇଟି ଭୂମିକା ତୁଲାଇବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ମାମଲାକୁ ନେଇ ଶୁଣାଣି କରିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ, କୌଣସି ଓକିଲଙ୍କୁ ଡବଲ ରୋଲ କରିବା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ଏହାର ପୂର୍ବ ଶୁଣାଣିରେ କୋର୍ଟ ଓକିଲଙ୍କ ଡବଲ ରୋଲ ଉପରେ ପ୍ରଶ୍ନ କରିବା ସହଏହାକୁ ବ୍ୟବସାୟିକ କଦାଚାର ବୋଲି କହିଥିଲେ । ବର୍ତ୍ତମାନ ଏହି ମାମଲାର ଶୁଣାଣିରେ ଜଷ୍ଟିସ ଓକା କହିଛନ୍ତି ଯେ, ଆପଣ ଓକିଲାତି କରନ୍ତୁ ନଚେତ୍ ସାମ୍ବାଦିକତା । କୋର୍ଟ ତରଫରୁ ଏଭଳି ପ୍ରାକ୍ଟିସକୁ ଅନୁମତି ଦେଇପାରିବ ନାହିଁ ।

ସୂଚନା ଅନୁସାରେ, ଡକ୍ଟର ମହମ୍ମଦ କାମ୍ରାନ୍ ଆହ୍ଲାବାଦ ହାଇକୋର୍ଟରେ ଆଇନ ଅଭ୍ୟାସ କରନ୍ତି ଏବଂ ସେହି ସମୟରେ ସେ ଫ୍ରିଲାନ୍ସ ସାମ୍ବାଦିକତା ମଧ୍ୟ କରନ୍ତି। ବିଜେପିର ପୂର୍ବତନ ସାଂସଦ ଏବଂ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସେ ଅପରାଧିକ ମାନହାନି ମକଦ୍ଦମା ଦାୟର କରାଯାଇଥିଲା, ଯାହା ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। କାମରନ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ, ତତ୍କାଳୀନ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରକୁ ବଦନାମ କରିବାକୁ ଚେଷ୍ଟା କରିଥିଲେ।

୨୦୨୨ ସେପ୍ଟେମ୍ବରରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଯେତେବେଳେ ହାଇକୋର୍ଟ କାମ୍ରାନଙ୍କ ବଦନାମ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ସେ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟରେ ଏକ ଆବେଦନ କରାଯାଇଥିଲା। କୋର୍ଟ ଅଭିଯୁକ୍ତର ଅଧିବକ୍ତାଙ୍କୁ କହିଛନ୍ତି ଯେ, ବାର୍ କାଉନ୍ସିଲର ନିୟମରେ (ଦୁଇଟି କ୍ଷେତ୍ରରେ କାର୍ଯ୍ୟ କରିବା) ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ତେବେ ଜଣେ ବ୍ୟକ୍ତିଙ୍କୁ ଏଭଳି ଡବଲ ରୋଲ୍ କରିବାକୁ ସୁପ୍ରିମକୋର୍ଟ କିପରି ଅନୁମତି ଦେଇପାରିବ ବୋଲି ପ୍ରଶ୍ନ କରିଛନ୍ତି ଅଦାଲତ । ଜଣେ ଓକିଲ ଭାବରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସାମ୍ବାଦିକତାକରିବା ପାଇଁ ଅଦାଲତ ଅନୁମତି ଦେଇପାରିବ ନାହିଁ ।

Get real time updates directly on you device, subscribe now.