ଭୁବନେଶ୍ୱର: ବାତ୍ୟା ଦାନାକୁ ନେଇ ରାଜ୍ୟବାସୀ ଆତଙ୍କିତ । କିନ୍ତୁ ଭୟଭୀତ ହେଲେ କିଛି ଲାଭ ନାହିଁ । ଯେମିତି ରୋଗ ପାଇଁ କୁହାଯାଏ, ସତର୍କତା ହିଁ ଉପଶମଠାରୁ ଭଲ । ସେମିତି ବାତ୍ୟା ପାଇଁ ଆତଙ୍କିତ ହୋଇ ବସିରହିବା ଅପେକ୍ଷା ନିରାପତ୍ ପ୍ରତି ଧ୍ୟାନ ଦେଲେ ବିପଦ ଆପେ ଆପେ ଦୂରେଇ ଯିବ । ଏଥିପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ।
ବାତ୍ୟା ପୂର୍ବର ସାବଧାନତା
ଭୟଭୀତ ହେବା ପରିବର୍ତ୍ତେ ଜାଣି ନିଅନ୍ତୁ, ଆପଣଙ୍କ ଅଞ୍ଚଳ ପ୍ରତି ବାତ୍ୟାର ପ୍ରଭାବ କେତେ ରହିଛି ।
ଘର ନିକଟରେ ବା ଚାଳ ଉପରେ ଥିବା ଶୁଖିଲା କାଠ ବା ମଲା ତଥା ଦୁର୍ବଳ ଗଛକୁ କାଟି ଦିଅନ୍ତୁ । ମାଟି ବା ବିପଦ ଶଙ୍କୁଳ ଘରେ ରହୁଥିଲେ, ସୁରକ୍ଷିତ କୋଠା ଘର ବା ଆଶ୍ରୟସ୍ଥଳିକୁ ଚାଲିଯିବା ଆବଶ୍ୟକ ।
ବାତ୍ୟାର ପ୍ରଭାବ ଥିବା ସ୍ଥାନରେ ରହୁଥିଲେ, ପରିବାର ପାଇଁ ଜରୁରୀକାଳୀନ କିଟ ପ୍ରସ୍ତୁତ ରଖିଥାନ୍ତୁ । ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ସହ ପରିବାର ସମସ୍ତଙ୍କୁ ହେପଲାଇନ ନମ୍ବର ଦିଅନ୍ତୁ କି ଆବଶ୍ୟକ ସମୟରେ ସାହାଯ୍ୟ ନେଇ ପାରିବେ ।
ଅଧିକ ପ୍ରଭାବିତ ସ୍ଥାନ ହୋଇଥିଲେ ଘରେ ଶୁଖିଲା ଖାଦ୍ୟ ସଂଗ୍ରହ କରିନ ରଖନ୍ତୁ, ଯେମିତି ଚୁଡା, ଗୁଡ, ଚିନିା
ବିଦ୍୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ଥିବାରୁ ଘରର ସମସ୍ତ ଇଲେକ୍ଟ୍ରିକ ସାମଗ୍ରୀକୁ ପୂର୍ଣ୍ଣ ଚାର୍ଜ କରି ନିଅନ୍ତୁ ।
ଆବଶ୍ୟକ ମୁତାବକ ପିଇବା ପାଣି ସଂଗ୍ରହ କରନ୍ତୁ ।
ଗୃହପାଳିତ ଜୀବଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ ।
ବାତ୍ୟା ସମୟରେ କଣ କରିବା ଉଚିତ?
ବାତ୍ୟା ସମୟରେ ଘରର କବାଟ, ଝରକାକୁ ଭଲଭାବେ ବନ୍ଦ କରି ଦିଅନ୍ତୁ ।
ଗ୍ୟାସ ଓ ଇଲେକ୍ଟ୍ରିକ କନେକ୍ସନ ବିଛିନ୍ନ କରନ୍ତୁ ।
ସରକାରୀ ଗାଇଡଲାଇଲ ଓ ସତର୍କସୂଚନା ସହ ଅପଡେଟ୍ ରୁହନ୍ତୁ ।
ପିଉଥିବା ପାଣି ସଂକ୍ରମିତ ହୋଇ ନ ଥିବ, ଏଥିପ୍ରତି ଯତ୍ନବାନ ରୁହନ୍ତୁ ।
ପରିବାରର ବୃଦ୍ଧ, ଛୋଟ ପିଲା, ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖନ୍ତୁ ଓ ସେମାନଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ ।
ବାତ୍ୟା ଥମିବା ମାତ୍ରେ ବାହାରକୁ ଯାଆନ୍ତୁ ନାହିଁ । କାରଣ ଏହା ବାତ୍ୟା ଆଖି ବା ଆଇ ଅଫ ସାଇକ୍ଲୋନ ହୋଇଥାଇପାରେ ଓ ପୁଣି ବୁଲିଆସିପାରେ । ତେଣୁ ଆଧିକାରିକ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
ବାତ୍ୟା ପରେ
ବିପଦଶଙ୍କୁଳ ଘର, କୋଠା ବା ବଡ ଗଛଠାରୁ ଦୂରେଇ ରୁହନ୍ତୁ ।
ଯଦି ଆପଣଙ୍କ ଘର ବାତ୍ୟାରେ ପ୍ରଭାବିତ ହୋଇଛି, ତେବେ କୌଣସି ନିରାପଦ ସ୍ଥାନକୁ ଚାଲି ଯାଆନ୍ତୁ । ଇଲେକ୍ଟ୍ରିକ ଖୁଣ୍ଟ, ତାର ଯାଇଥିବା ଗଛ ତଳକୁ ଯାଆନ୍ତୁ ନାହିଁ । ବିଦ୍ୟୁତ୍ ତାର ପଡିଥିଲେ ତାକୁ ଛୁଅନ୍ତୁ ନାହିଁ ।
ଘରକୁ ଭଲଭାବେ ପରୀକ୍ଷା କରି ନିଅନ୍ତୁ ।
ଆଶ୍ରୟସ୍ଥଳିରେ ରହୁଥିଲେ, ଆଗ ଘରର ଅବସ୍ଥାକୁ ଅନୁଧ୍ୟାନ କରନ୍ତୁ, ସୁରକ୍ଷିତ ଥିଲେ ଭିତରକୁ ଯାଆନ୍ତୁ ।