(Video) ଶ୍ରୀମନ୍ଦିର ଉପରେ ଏ କଣ? ଚକିତ ପର୍ଯ୍ୟଟକ, ମାଡି ଆସିପାରେ ବିପଦ

ପୁରୀ(ଓଡିଶା ଭାସ୍କର): ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମସ୍ତଙ୍କ ଭିତରେ ଛନକା ଦେଖାଯାଇଛି । ଲ୍ୟାଣ୍ଡଫଲକୁ ନେଇ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଏହାରି ଭିତରେ ଶ୍ରୀମନ୍ଦିର ଉପରେ ଦେଖାଯାଇଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି । ଶହଶହ ସଂଖ୍ୟାରେ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡୁଥିବା ଦେଖାଯାଇଛି । ତେବେ ସମସ୍ତ ଜାଣନ୍ତି ବିପଦ ଆସିଲେ ଶ୍ରୀମନ୍ଦିର ଉପରେ ପକ୍ଷୀ ଉଡନ୍ତି । ବର୍ତ୍ତମାନ ଏହି ଦୃଶ୍ୟକୁ ଦେଖି ଏହା କେଉଁ ପ୍ରକାର ସଙ୍କେତ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ।

ଅନ୍ଧକାର ରାତିର ଏହି ଦୃଶ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି ବାତ୍ୟା ତାଣ୍ଡବ ରଚିବ ବୋଲି କହୁଥିବା ବେଳେ ଅନ୍ୟ କିଛି ଜଣ ପକ୍ଷାମାନେ ଆଗୁଆ ସତର୍କ କରାଇଛନ୍ତି ବୋଲି କହିଛନ୍ତି । ତେବେ କିଛି ସମୟ ଧରି ଶ୍ରୀମନ୍ଦିର ଉପରେ ପକ୍ଷୀମାନେ ଚକ୍କର କାଟୁଥିବା ବେଳେ ଭକ୍ତମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମଙ୍ଗଳବାର ରାତିରେ ମାଳମାଳ ହୋଇ ପକ୍ଷୀମାନେ ଉଡିବାକୁ ଲାଗିଲେ । ଚର୍ଚ୍ଚା ହେଉଛି ଯେ, କାଳିଆ ସାଆନ୍ତ ରାଜ୍ୟବାସୀଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ, ବିପଦ ଆସିଛି ।

ତେବେ କିଛି ଜଣ ସ୍ପଷ୍ଟ କରି କହିଛନ୍ତି ଯେ, ପକ୍ଷୀମାନଙ୍କୁ ବାତ୍ୟା ନେଇ ଆଗୁଆ ଜଣାପଡିଯାଇଛି । ସେଥିପାଇଁ ବିଦେଶୀ ପକ୍ଷୀମାନେ ମାଳମାଳ ହୋଇ ସମୁଦ୍ରରୁ ବାହାରି ଉଡିଯାଉଛନ୍ତି । ପକ୍ଷୀମାନେ ଶ୍ରୀମନ୍ଦିର ଉପରେ କିଛି ସମୟ ଉଡିବା ପରେ ଗନ୍ତବ୍ୟସ୍ଥଳକୁ ଫେରିଯାଇଥିଲେ । ତେବେ ଏଭଳି ଆଶ୍ଚର୍ଯ୍ୟକର ଦୃଶ୍ୟକୁ ଅନେକ ଫୋନରେ କଏଦ କରିଥିଲେ ।