ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; 11 ଜିଲ୍ଲା ପ୍ରଭାବିତ ହୋଇପାରେ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି
ଭୁବନେଶ୍ବର(ଓଡିଶା ଭାସ୍କର): ବାତ୍ୟା ଦାନା ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଦାନା ସମ୍ପର୍କିତ ସମୀକ୍ଷା କରିଛନ୍ତି । ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି ଏବଂ ବିଭିନ୍ନ ବିଭାଗର ସଚିବ ସାମିଲ ରହିଥିବା ବେଳେ ଭିଡିଓ କନଫରେନ୍ସି ଜରିଆରେ 14ଟି ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, “ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା ପାଇଁ ଆମେ ପ୍ରସ୍ତୁତ । କେନ୍ଦ୍ର କ୍ୟାବିନେଟ ବୈଠକରେ ବାତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । କେନ୍ଦ୍ରର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ରହିଛି । କେନ୍ଦ୍ର ଠାରୁ ଆମେ ଯେତିକି ସାହାଯ୍ୟ ମାଗିଥିଲୁ, ତାହା ଆମକୁ ମିଳିସାରିଛି । ଆଉ କିଛି ସାହାଯ୍ୟର ଆବଶ୍ୟକତା ହେଲେ ମଧ୍ୟ ସେ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇପାରିବେନି । “
ସେ ଆହୁରି ମଧ୍ୟ କହିଛନ୍ତି ଯେ, NDRF ଟିମ ମଗାଇବା ପରେ ତୁରନ୍ତ ଟିମ୍ ପହଞ୍ଚିଥିଲା । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ସ୍ତରରେ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠାଯାଇଛି । ଜିଲ୍ଲାରେ ଆସିଥିବା ରିପୋର୍ଟ ସନ୍ତୋଷଜନକ ରହିଛି । ୧୧ ଜିଲ୍ଲାରେ ୩୮ବ୍ଲକ ୧୬୫୩ ପଞ୍ଚାୟତ ଓ ୯ ପୌରାଞ୍ଚଳ ରେ ୩ ଲକ୍ଷ ୬୨ ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ। ଆଉ ଅଳ୍ପ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ୨୩୩୮ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ 19 NDRF, 51ଓଡ୍ରାଫ, 220 ଅଗ୍ନିଶମ ବାହିନୀ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗାଁରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି । ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି ବାତ୍ୟା ଲ୍ୟାଣ୍ଡଫଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ଲୋକସେବା ଭବନରେ ବାତ୍ୟା ‘ଦାନା’ ମୁକାବିଲାର ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କଲି।
ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରିବା ସହିତ ବାତ୍ୟାର ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ସତର୍କତା… pic.twitter.com/vwjzgUogzr
— Mohan Charan Majhi (@MohanMOdisha) October 24, 2024