‘ଦାନା’ ଦେଖାଉଛି ଦାନବ ରୂପ! ମାଡ଼ି ଆସୁଛି ସମୁଦ୍ର, ମଝି ସମୁଦ୍ରରୁ ଗାଏବ ହୋଇଗଲା ଟ୍ରଲର

ଓଡ଼ିଶା ଭାସ୍କର: ସ୍ଥଳ ଭାଗକୁ ମାଡ଼ିଆସୁଛି ଭୀଷଣ ବାତ୍ୟା । ଆସୁଛି ବାତ୍ୟା ‘ଦାନା’ । ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା । ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ ବାତ୍ୟା । ପେଟର ଦାନା ନେଇଗଲା ବାତ୍ୟା ‘ଦାନା’ । ଲ୍ୟଣ୍ଡଫଲ କରିବା ପୂର୍ବରୁ ବାତ୍ୟାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଧାମରା ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର୍ । ସ୍ଥଳ ଭାଗ ଛୁଇବା ଛୁଇବା ହେଉଛି ବାତ୍ୟା ଦାନା । ଧାମରାରେ ସମୁଦ୍ର ଅଶାନ୍ତ ରୂପ ଧରିଥିବା ବେଳେ ଏହା ଭିତରେ ଟ୍ରଲର ବୁଡ଼ି ଯାଇଥିବା ଜାଣିବାକୁ ମିଳିଛି ।

ବର୍ତ୍ତମାନ ପାରାଦୀପରୁ ମାତ୍ର ୧୩୦ କିଲୋମିଟରରେ ରହିଛି ବାତ୍ୟା । ଯାହା ଫଳରେ ପବନର ବେଗ ସହ ଅଶାନ୍ତ ହେଲାଣି ସମୁଦ୍ର । ବାତ୍ୟା ଦାନା ଆଜି ମଧ୍ୟ ରାତି ବା ଆସନ୍ତାକାଲି ସକାଳେ ଭିତରକନିକା- ଧାମରା ମଧ୍ୟରେ ଦାନା ଲ୍ୟାଣ୍ଡଫଲ କରିବ । ଯାହା ଫଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ ପୂର୍ବରୁ ଧାମରାରେ ବାତ୍ୟା ଦେଖାଇଲା ତାଣ୍ଡବ । ଯାହା ଫଳରେ ବାତ୍ୟା ଏବେ ଠାରୁ ଭଦ୍ରକ ଜିଲ୍ଲା ଧମରାରେ ପଡିଲାଣି ଭୀଷଣ ପ୍ରଭାବ । ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ଅଶାନ୍ତ ହୋଇପଡିଛି ସମୁଦ୍ର । ବାତ୍ୟାର ପ୍ରଭାବରେ ଧାମରାର ସମୁଦ୍ରରେ ବୁଡ଼ିଗଲା ଟ୍ରଲର । ତେବେ ଟ୍ରଲର ପାଖକୁ ଧାଇଁଯାଉଛନ୍ତି ଲୋକେ । ଅଶାନ୍ତ ସମୁଦ୍ରର ସୁ ସୁ ଗର୍ଜନ କରୁଛି । ପବନ ବେଗ ମଧ୍ୟ ବଢ଼ୁଛି । ଆଜି ସନ୍ଧ୍ୟାରୁ ବାତ୍ୟା ଦେଖାଇବ କରାଳରୂପ ।

ତେବେ ପବନର ବେଗ ମଧ୍ୟ ଭୀଷଣ ରହିଛି । ତେବେ ଧାମରାକୁ ରେଡ଼୍ ଆଲର୍ଟ ଜାରି ହୋଇଛି । ୨୦୦ ମିଲିମିଟର ବର୍ଷା ହେବା ସହ ୧୨୦ କିଲୋମିଟର ରହିବ ପବନର ପ୍ରଭାବ । ତେବେ ମତ୍ସ୍ୟଜୀବୀମାନେ ବେଟକୁ ବାନ୍ଧି ରଖିଥିଲେ । କିନ୍ତୁ ଅଶାନ୍ତ ସମୁଦ୍ରରେ ମାଡ଼ିଆସିଲା ବଡ଼ ବଡ଼ ଜୁଆର । ଯାହା ଫଳରେ ମତ୍ସ୍ୟଜୀବୀମାନେ ବାନ୍ଧି ରଖିଥିବା ବୋଟଟି ସମୁଦ୍ର ଭିତରେ ବୁଡ଼ିଯାଇଛି । ତେବେ ଏହି ଟ୍ରଲର ଡଙ୍ଗା ଯୋଗେ ସମୁଦ୍ର ଭିତରକୁ ଯାଆନ୍ତି ମତ୍ସ୍ୟଜୀବୀ । ଏବଂ ମାଛ ଧରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତୁ । ଏବେ ସେହି ଡଙ୍ଗାଟି ଧାମରା ସମୁଦ୍ର ଭିତରେ ବୁଡ଼ିଯାଇଛି ।