MBBS ଅପଗ୍ରେଡ୍‌ ଲିଷ୍ଟ ନେଇ ସାନି ନୋଟିସ୍‌, ଟାଇମ ଲାଇନ ପରିବର୍ତ୍ତନ କଲା OJEE

ଭୁବନେଶ୍ବର:  MBBS, BDS କାଉନସେଲିଂ ପାଇଁ ନୋଟିସ୍ । ତୃତୀୟ ରାଉଣ୍ଡ କାଉନସେଲିଂ ପାଇଁ ନୂଆ ନୋଟିସ୍ । ଟାଇମ୍ ଲାଇନ ପରିବର୍ତ୍ତନ କଲା OJEE । ସାନି ନୋଟିସ ଜାରି କରି ବାତ୍ୟା ପାଇଁ 30ରେ ରିପୋର୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 30 ସୁଦ୍ଧା କଲେଜରେ ପହଞ୍ଚିବେ ଛାତ୍ରଛାତ୍ରୀ । ସେହିପରି ଯଦି ଫ୍ରେସ ସିଟ୍ ଆଲର୍ଟ ହୋଇଥିବ ତାହଲେ 28 ତାରିଖରେ ରିପୋର୍ଟିଂ କରିବେ । ଓଜେଇଇ ଅଫିସରେ 28 ତାରିଖରେ ରିପୋର୍ଟିଂ ପାଇଁ ନୋଟିସ ଜାରି କରାଯାଇଛି । 28 ତାରିଖ ସକାଳ 10ଟାରୁ ଅପରାହ୍ନ 9 ମଧ୍ୟରେ ରିପୋର୍ଟଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅପଗ୍ରେଡିଂ ସିଟ୍ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ସଂଶୋଧିତ ନୋଟିସ ଜାରି କରାଯାଇଛି । ଚୂଡାନ୍ତ ଆଲର୍ଟମେଣ୍ଟ ଲେଟର ଡାଉନଲୋଡ୍ କରି ରିପୋର୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ରିପୋର୍ଟ ନକରିବେ ତାହାଲେ ଖାଲି ସିଟ୍ ପାଇଁ ପୁନଃ କାଉନସିଲିଂ ହେବ । ବାତ୍ୟା ଦାନା ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟିଂର ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି ।