ଅବସର ଘୋଷଣା କଲେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟିକା ରାନୀ ରାମପାଲ

ନୂଆଦିଲ୍ଲୀ: ହକି ଜଗତରୁ ଆସିଛି ଏକ ବଡ଼ ଖବର । ଭାରତୀୟ ହକି ଟିମର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଅବସର ଘୋଷଣା କରିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ରାନୀଙ୍କୁ ଏହି ନିଷ୍ପତ୍ତିଙ୍କୁ ନେଇ ତାଙ୍କର ଅଗଣିତ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି । ରାଣୀ ମାତ୍ର ୧୪ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରେ ଡେବ୍ୟୁ କରିଥିଲେ । ସେ ୧୫ ବର୍ଷ ବୟସରେ ୨୦୧୦ରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ଭାଗ ନେଇଥିଲେ । ୨୦୨୦ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରଯାଇଥିଲା । ଏଥିସହିତ ସେହିବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ନାଗରିକ କ୍ରୀଡ଼ା ପୁରସ୍କାର ପଦ୍ମଶ୍ରୀ ମିଳିଥିଲା ।

ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ରାଣୀଙ୍କ ଏହି ଘୋଷଣା ପରେ ଏବେ ତାଙ୍କର ଦୀର୍ଘ ୧୬ ବର୍ଷ ହକି କ୍ୟାୟିୟର ସମାପ୍ତ ହୋଇଯାଇଛି । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ବେଷ୍ଟ ପ୍ରଦର୍ଶନ କରିଥିବା ବେଳେ ସେଥିରେ ରାନୀଙ୍କର ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ରହିଥିଲା । ୨୯ ବର୍ଷୀୟ ରାଣୀ ଭାରତ ପାଇଁ ମୋଟ ୨୫୪ଟି ମ୍ୟାଚ ଖେଳିଥିବା ବେଳେ ସେ ୨୦୫ଟି ଗୋଲ ସ୍କୋର କରିଥିଲେ । ରାନୀଙ୍କ ପିତା ଠେଲା ଚଳାଉଥିଲେ ହେଁ ସେ ହରିୟାଣାର ଏକ ଛୋଟ ସହରରେ ଜନ୍ମିତ ରାଣୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ପ୍ରେରଣା ସାଜିଥିଲୋ । ଏହି ଦୀର୍ଘ ବର୍ଷର ଯାତ୍ରା ତାଙ୍କର ପାଇଁ ବେଶ୍ ଶାନଦାର ଥିବା ରାଣୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଣୀଙ୍କ ଅବସର ଘୋଷଣା ପରେ ଏକ ମହାନ୍ ଯୁଗର ଅନ୍ତ ଘଟିଲା ବୋଲି ହକି ଇଣ୍ଡିଆ ତରଫରୁ ଏକ ପୋଷ୍ଟ ଶେୟାର କରାଯାଇଛି ।