‘ପୁଅ ଘରକୁ ଫେରିଲା, ହେଲେ ତା ଭିତରେ ରହିଗଲା ଗାଜା, ତାପରେ…’

ନୂଆଦିଲ୍ଲୀ: ହମାସ ଓ ଇଜରାଇଲ ଯୁଦ୍ଧ ବର୍ଷେରୁ ଅଧିକ ସମୟ ହେଲା । ହେଲେ ଯୁଦ୍ଧରେ ଆସୁନି ବିରାମ । କିନ୍ତୁ ଏହି ଯୁଦ୍ଧ ଇଜରାଇଲ ସୈନିକଙ୍କୁ ଆତ୍ମହତ୍ୟା କରିବାକୁ ବାଟ କଢାଉଛି । ସୈନିକ ସୁରକ୍ଷିତ ଘରକୁ ଫେରିବା ପରେ ଜୀବନ ହାରୁଛନ୍ତି । ଯାହା ଏବେ ସାରା ଇଜରାଇଲକୁ ଦୋହଲାଇ ଦେଇଛି । ଏମିତି ଯୁଦ୍ଧଭୂମିରେ କଣ ହେଉଛି କି ସୈନିକ ଜୀବନ ହାରିବାକୁ ପସନ୍ଦ କରୁଛନ୍ତି?

ଗାଜାରୁ ମୋ ପୁଅ ଫେରିଲା, ହେଲେ ତା ଭିତରେ ଗାଜା ରହିଗଲା ଓ ଆତ୍ମହତ୍ୟା କଲା ବୋଲି କହିଛନ୍ତି ଜଣେ ସୈନିକଙ୍କ ମା । ଏହି ଖବର ଜେରୁଜେଲମ ପୋଷ୍ଟରେ ବାହାରିଛି । ଖବର ମୁତାବକ, ଗତ ବର୍ଷ ଅକ୍ଟୋବରରେ ଇଜରାଇଲର ଜଣେ ୪୦ ବର୍ଷୀୟ ସୈନିକ ଗାଜା ଯାଇଥିଲେ ଯୁଦ୍ଧରେ । ଘରେ ୪ଟି ପିଲା ଅଛନ୍ତି । ୬ ମାସ ସେଠାରୁ ଫେରିଲା ଗାଜାରୁ ଫେରିବା ପରେ ସୈନିକଙ୍କ ଦେହରେ କୌଣସି କ୍ଷତ ନ ଥିଲା, ହେଲେ ଆଉ ବଞ୍ଚିରହିବାକୁ ଚାହିଁଲା ନାହିଁ । ଜୀବନ ହାରିଲା । ଯୁଦ୍ଧରୁ ଫେରିବା ପରେ ସୈନିକଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ, ଅବସାଦ ଦେଖିବାକୁ ମିଳିଥିଲା ।

ଏହି ସ୍ଥିତି ଜଣଙ୍କର ନୁହୋଁ ଗାଜାରୁ ଫେରୁଥିବା ଅନେକ ସୈନିକଙ୍କ କ୍ଷେତ୍ରରେ ଏମିତି ଅବସ୍ଥା ଦେଖିବାକୁ ମିଳୁଛି । ଜାନୁଆରୀରେ ଆସିଥିବା ଏକ ରିପୋର୍ଟ ମୁତାବକ, ୧୬୦୦ ଇଜରାଇଲ ସୈନିକ ଏହି ଅବସାଦର ଶିକାର ହୋଇଥିବା ଜଣାପଡିଛି । ଏହାକୁ ପୋଷ୍ଟ ଟ୍ରୋମାଟିକ ଷ୍ଟ୍ରେସ ଡିଜଅଡର କୁହାଯାଉଛି । ଏମାନଙ୍କ ମଧ୍ୟରୁ ମେଡିକାଲ ଟ୍ରିଟମେଣ୍ଟ ପରେ ୭୦ ପ୍ରତିଶତ ପୁଣି ଯୁଦ୍ଧ କରିବାକୁ ଗାଜା ଗଲେଣି । ଅନେକ ସୁସ୍ଥ ହୋଇପାରୁ ନାହାନ୍ତି ।
ଅନେକ ପୀଡିତଙ୍କ ପରିବାର କହୁଛନ୍ତି କି, ଯୁଦ୍ଧକୁ ଯାଇଥିବା ସୈନିକ କହିଛନ୍ତି କି, ସେମାନଙ୍କୁ ଜଣା ନ ଥିଲା ଏମିତି ହେବ । ସେମାନଙ୍କ ମୁତାବକ, ଏହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ।

ମିଜରାହୀ ନାମକ ସୈନିକଙ୍କ ଭଉଣୀ କହିଛନ୍ତି କି, ସେ କହୁଥିଲେ କି, କେହି ବୁଝିପାରିବେ ନାହିଁ ମୁଁ ସେଠି କଣ ଦେଖିଛି । ଏହାକୁ ନେଇ ମିଜରାହୀଙ୍କ ଭଉଣୀ କହିଥିଲେ, ସେ ଛୁଟିରେ ଆସିବା ବେଳେ ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖୁଥିଲା, କାହା ସହ ମିଶୁନଥିଲା, ଅନେକ ସମୟରେ ରାଗିଯାଉଥିଲା ଓ ରାତିରେ ଶୋଇପାରୁ ନ ଥିଲା । ହୁଏତ ଯୁଦ୍ଧରେ ସେ ଅନେକ ଲୋକଙ୍କୁ ମରିବାର ଦେଖିଛି । ଅନେକଙ୍କୁ ସେ ମଧ୍ୟ ମାରିଛି, ଯାହା ତାକୁ ଭିତରୁ ଭାଙ୍ଗି ଦେଇଥିଲା ।