(Video) ନାଳ ଭିତରେ ଭୟଙ୍କର ଯୁଦ୍ଧ! କାଦୁଅରେ ପରସ୍ପରକୁ ଛେଚିଲେ, ତୃତୀୟ ଲୋକ ଆସି ଛଡାଇଲେ ଭୂତ

ନୂଆଦିଲ୍ଲୀ: ଝଗଡା ଏଭଳି ଏକ ଜିନିଷ ଯାହାକି କେତେବେଳେ କାହା ସହିତ ଏବଂ କେଉଁଠି ହେବ ତାହା ଜାଣିବା କଷ୍ଟକର ହୋଇଥାଏ । ଆପଣ ଅନେକ ସ୍ଥାନରେ ଯୁ଼ଦ୍ଧ ଦେଖିଥିବେ । କିନ୍ତୁ କେବେ କେବେ ଡ୍ରେନରେ ପ୍ରବେଶ କରି ଯୁଦ୍ଧ କରୁଥିବା ଦେଖିଛନ୍ତି କି? ଡ୍ରେନ୍ ଭିତରେ ଥିବା ଝଗଡା ବିଷୟରେ ଶୁଣିବା ମାତ୍ରେ ହିଁ ଲୋକେ ନାକ ବନ୍ଦ କରିଦେଇଥାନ୍ତି । କିନ୍ତୁ ଏପରି ସମାନ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଡ୍ରେନ ଭିତରେ ଦୁଇଜଣ ବ୍ୟକ୍ତି ଝଗଡା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ଦୁଇଜଣ ଲୋକ ଡ୍ରେନରେ ପ୍ରବେଶ କରୁଛନ୍ତି ଏବଂ ପରସ୍ପରକୁ ଖରାପ ଭାବରେ ପିଟୁଛନ୍ତି । ଡ୍ରେନ୍ ଭିତରେ ଯୁଦ୍ଧ କରୁଥିବାବେଳେ ସେମାନଙ୍କର ଉଭୟ ଶରୀର ସଂପୂର୍ଣ୍ଣ କାଦୁଅରେ ବୁଡି ଯାଇଛି । ଭିଡିଓରେ ପ୍ରାୟ 15 ସେକେଣ୍ଡ ପରେ, ଜଣେ ତୃତୀୟ ବ୍ୟକ୍ତି ପ୍ରବେଶ କରନ୍ତି  । ଯିଏ ତାଙ୍କ ହାତରେ ଗୋଟିଏ ଝାଡୁ ପରି କିଛି ନେଇ ଆସି ପିଟିବା ଆରମ୍ଭ କରିଦିଅନ୍ତି । ମାଡ ଖାଇବା ପରେ ଉଭୟ ବ୍ୟକ୍ତି ଡ୍ରେନରୁ ବାହାରି ଆସୁଥିବା ଦେଖାଯାଇଛି । ଏହାପରେ କିଛି ବ୍ୟକ୍ତି ସେନାନଙ୍କୁ ବାଡିରେ ପିଟୁଥିବା ଦେଖାଯାଇଛି  ।

ତେବେ ଭିଡିଓଟି ସେୟାର କରାଯାଇ କ୍ୟାପ୍ସନରେ ଲେଖାଯାଇଛି ଡ୍ରେନ ଭିତରେ ଦୁଇ ବ୍ୟକ୍ତିଙ୍କ ସଂଘର୍ଷ । ତେବେ ଏହି ଭିଡିଓଟି ଅଧିକରୁ ଅଧିକ ସେୟାର ମଧ୍ୟ ହେଉଛି ।