ମହାରାଷ୍ଟ୍ର ନିର୍ବାଚନ: ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ୨୩ ଟି ଆସନରେ ନାଁ ଫାଇନାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି, ଯେଉଁଥିରେ ୨୩ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।

ପ୍ରଥମ ତାଲିକାରେ ୪୮ ଜଣ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୨୩ ଜଣ ପ୍ରାର୍ଥୀଙ୍କ ସହ କଂଗ୍ରେସ ମୋଟ ୭୧ ଜଣଙ୍କର ନାମ ଘୋଷଣା କରିଛି ।

ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରକାଶିତ ଦ୍ୱିତୀୟ ତାଲିକାରେ ନାଗପୁର ଦକ୍ଷିଣରୁ ଗିରିଶ ପାଣ୍ଡବଙ୍କୁ କଂଗ୍ରେସ ଟିକେଟ ଦେଇଛି । ଏଥି ସହିତ ମୁମ୍ବାଇରେ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏଥିମଧ୍ୟରେ କାଣ୍ଡିଭାଲି, ଚାରକୋପ ଏବଂ ସାଇନ କୋଲିୱାଡା ଅନ୍ତର୍ଭୁକ୍ତ । କାଲୁ ବାଡେଲିଆଙ୍କୁ କାଣ୍ଡିଭାଲି ପୂର୍ବର ପ୍ରାର୍ଥୀ କରାଯାଇଛି । ଯଶବନ୍ତ ଜୟପ୍ରକାଶ ସିଂଙ୍କୁ ଚାରକୋପରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ଏହା ବ୍ୟତୀତ ଗଣେଶ କୁମାର ଯାଦବ ସାଇନ କୋଲିୱାଡା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ।

महाराष्ट्र चुनाव के लिए कांग्रेस की दूसरी उम्मीदवार लिस्ट जारी, 23 और सीटों पर नाम फाइनल