ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ସହିଦ, ୧୩ ଜଣ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆସିଛି ପୁଣି ଏକ ବଡ଼ ଖବର । କୁଲଗାମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଅନ୍ୟ ୧୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ ଜମ୍ମୁ କଶ୍ମୀର ଗୁଲମର୍ଗରେ ଆତଙ୍କବାଦୀମାନେ ଦୁଇଟି ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣରେ ଦୁଇ ଯବାନ ସହିତ ହୋଇଥିବା ବେଳେ ଦୁଇଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏଥିସହିତ ଅନେକ ଯବାନ ମଧ୍ୟ ଆହତ ହୋଇଥିଲେ । ତା’ ପୂର୍ବରୁ ଗତ ୧୯ ତାରିଖରେ ପାଟ୍ରୋଲିଂରୁ ଫେରୁଥିବା ସମୟରେ ନକ୍ସଲମାନେ ଟାର୍ଗେଟ କରିଥିଲେ । ଫଳରେ ଆଇଇଡି ବ୍ଲାଷ୍ଟରେ ୨ ଜଣ ଯବାନ ସହିଦ ହେବା ସହ ୨ ଜଣ ଆହତ ହୋଇଥିଲେ । ତା’ ପୂର୍ବରୁ ଗତ ୧୭ ତାରିଖରେ ଜମ୍ମୁ କଶ୍ମୀରରେ ରାସ୍ତାରୁ ଗାଡ଼ି ଖସି ୧୫ ଜଣ ଯବାନ ଆହାଇଥିଲେ ।