ଭୁବନେଶ୍ବର: ଯାଜପୁର ବରୀରେ ଲଜ୍ଜା । 8 ବର୍ଷ ନାବାଳିକାକୁ 58 ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପଡୋଶୀ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି । ତେବେ ପୀଡିତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ ।
ଅଭିଯୋଗ ଅନୁସାରେ, ଗତ 23 ତାରିଖରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ତେବେ 58 ବର୍ଷୀୟ ବ୍ୟକ୍ତି ଜଣକ କୌଣସି ପ୍ରଲୋଭନ ଦେଖାଇ ଝିଅକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହା ପରେ ଘଟଣା ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ । କିନ୍ତୁ ଉକ୍ତ ନାବାଳିକାର ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା । ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଜଣକ ଫେରାର ରହିଥିବା ଜଣାପଡିଛି । ନାବାଳିକାର ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାକୁ 4 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସକୁ ସଫଳତା ମିଳିପାରି ନାହିଁ ।