ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବକ, ଯୁବତୀ ମାଟ୍ରିମୋନିଆଲ ସାଇଟମାନଙ୍କରେ ନିଜ ନିଜ ମନ ପସନ୍ଦର ଜୀବନସାଥୀ ଖୋଜୁଛନ୍ତି । ଅଭିଭାବକମାନେ ମଧ୍ୟ ସେମାନଙ୍କର ପୁଅ, ଝିଅଙ୍କ ପାଇଁ ଯୋଗ୍ୟ ବର ଓ କନ୍ୟାଙ୍କ ସନ୍ଧାନ କରୁଛନ୍ତି । ତେବେ ଅନେକ ସମୟରେ ମାଟ୍ରିମୋନି ଦୁଇଟି ମନକୁ ଯୋଡ଼ିବା ପାଇଁ ସଫଳ ହେଉଥିବା ବେଳେ ଅନେକ ସମୟରେ ଠକାମି ହେଉଥିବା ଦେଖାଯାଉଛି । ଏପରିକି କିଛି ଯୁବକ, ଯୁବତୀ ମିଥ୍ୟା ତଥ୍ୟ ଦେଇ ଅନ୍ୟକୁ ଚୁନା ଲଗାଉଥିବାର ଉଦାହରଣ ରହିଛି । ତେବେ ଏହା ମଧ୍ୟରେ ମାଟ୍ରିମୋନିଆଲ ସହ ଜଡ଼ିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଘଟଣା ମୁତାବକ, ମାଟ୍ରିମୋନିଆଲ ସାଇଟ ଜରିଆରେ ଏହି ବିବାହ ପ୍ରସ୍ତାବ ଆସିଥିବା ବେଳେ ମ୍ୟାରେଜ ହେବାର ଠିକ୍ ପୂର୍ବରୁ ସବୁକିଛି ସମାପ୍ତ ହୋଇଯାଇଥିଲା । କନ୍ୟା ବିବାହ କରିବାକୁ ସିଧାସଳଖ ମନା କରିଦେଇଥିଲେ । ତେବେ ବିବାହ ଭାଙ୍ଗିବାର ମୂଳ କାରଣ ଥିଲା ‘ଶୂନ ବା ଜିରୋ’ । ଜିରୋ ପାଇଁ କେମିତି ବାହାଘର ଭାଙ୍ଗିଯିବ ଏକଥା ଶୁଣି ଅନେକ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ପ୍ରକୃତ କଥା ହେଉଛି, ବରଙ୍କର ବାର୍ଷିକ ଦରମା ୩୦ ଜାଣିବା ପରେ କନ୍ୟା ବାହାଘର ପାଇଁ ରାଜି ହୋଇଯାଇଥିଲେ । ମାତ୍ର ପରେ ସେ ଯେତେବେଳେ ଜାଣିଲେ ତାଙ୍କର ଭାବି ସ୍ୱାମୀଙ୍କର ବାର୍ଷିକ ବେତନ ମାତ୍ର ୩ ଲକ୍ଷ, ସେ ସଙ୍ଗେସଙ୍ଗେ ବିବାହ କରିବାକୁ ଅରାଜି ହୋଇଥିଲେ । ଜଣେ ପୁରୁଷ ଅଧିକାର କାର୍ଯ୍ୟକର୍ତ୍ତା ଏହି ଘଟଣାକୁ ଖୁଲାସା କରିବା ସହିତ କନ୍ୟାଙ୍କ ସହିତ ହ୍ୱାଟସଆପରେ ହୋଇଥିବା ଚାଟର ସ୍କ୍ରିନଶଟ୍ ଶେୟାର କରିଛନ୍ତି ।
ପୁରୁଷ ଅଧିକାର ଏନଜିଓ ‘ସେଭ ଇଣ୍ଡିଆନ ଫ୍ୟାମିଲି ଫାଉଣ୍ଡେସନ’ର କାଉନସେଲର କିଶ ମାଟ୍ରିମୋନିଆଲ ସାଇଟରେ ନିଜର ବାର୍ଷିକ ଦରମା ୩୦ ଲକ୍ଷ ବୋଲି କହିଥିଲେ । ତେବେ ତାଙ୍କର ଟାଇପିଂ ତ୍ରୁଟି ହୋଇଥିବା ନେଇ ସେ କନ୍ୟାଙ୍କୁ କହିବା ସହ ତାଙ୍କର ଅସଲି ସାଲାରି ୩ ଲକ୍ଷ ଓ ସାଲାରିରେ ଭୁଲରେ ଗୋଟିଏ ‘ଶୂନ’ ଲାଗିଯାଇଥିଲା ବୋଲି ସେ କହିଥିଲେ । ତେବେ ଏହି ବାର୍ତ୍ତାଳାପର ସ୍କ୍ରିନଶଟ୍ ସେ ଶେୟାର କରିଥିଲେ । ଭାବି ପତିଙ୍କ ଦରମା ୩ ଲକ୍ଷ ଜାଣିବା ପରେ ଯୁବତୀ ଜଣଙ୍କ ବିବାହ ଭାଙ୍ଗିଦେବା ସହ ତାଙ୍କ ସହିତ ଧୋକା ହୋଇଛି ବୋଲି ପୋଲିସରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ ।
𝗦𝗵𝗲 𝘄𝗮𝘀 𝗻𝗶𝗰𝗲 𝗮𝗹𝗹 𝘁𝗵𝗲𝘀𝗲 𝗱𝗮𝘆𝘀 𝘂𝗻𝘁𝗶𝗹 𝗜 𝗽𝗼𝗶𝗻𝘁𝗲𝗱 𝗼𝘂𝘁 𝗺𝘆 𝘁𝘆𝗽𝗼 𝗲𝗿𝗿𝗼𝗿 🤔 pic.twitter.com/K4TDGPrqm3
— Kish Siff (@KishwarSiff) October 26, 2024