Stop Adulteration: ଦୀପାବଳିରେ ବିକ୍ରି ହେଉଛି ‘ମିଠା ଜହର’! ଖାଇଲେ ବଢ଼ିବ କିଡନୀ ଓ ହୃଦ ସମସ୍ୟା, କେମିତି ଚିହ୍ନିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀପାବଳୀକୁ ଖୁସିର ସହ ପାଳନ କରିବା ପାଇଁ ଦେଶବାସୀ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ପ୍ରବଳ ମାତ୍ରାରେ ମିଠା ବିକ୍ରି ହେଉଛନ୍ତି । ତେବେ ପୂଜା ବଜାରେ ବିକ୍ରି ହେଉଥିବା ଏହି ପ୍ୟାକେଟ୍ ପ୍ୟାକେଟ୍ ମିଠା ଦେଖିବାକୁ ସିନା ସୁନ୍ଦର, ମାତ୍ର ତା’ର ଗୁଣବତ୍ତା କିପରି ରହିଛି ତାହା କେହି ଯାଞ୍ଚ କରୁନାହାନ୍ତି । ବିଭିନ୍ନ ପ୍ରକାରର ମିଠାରେ କେମିକାଲ, ନାନା ପ୍ରକାରର ସାମଗ୍ରୀ ମିଶୁଛି । ଉପରକୁ ଚକାଚକ ଦିଶୁଥିବା ଏହି ନକଲି ମିଠା କୌଣସି ଜହରଠାରୁ କମ୍ ନୁହେଁ । ଏହା ଖାଇଲେ ଶଣୀରରେ କିଡନୀ ସମସ୍ୟା, ହୃଦରୋଗ, ପାଚନ ସମସ୍ୟା ଆଦି ଦେଖାଦେଇଥାଏ ।

ଅଧିକ ଫାଇଦା ପାଇବା ଆଶାରେ କିଛି ଅସାଧୂ ବ୍ୟବସାୟୀ ମିଶ୍ରିତ ମିଠା ବିକ୍ରି କରୁଥିବା ଦେଖାଯାଉଛି । ନିକଟରେ ୟୁପିର ଗାଜିଆବାଦରେ ୪୦୦ କେଜିର ମାୱା ଜବତ କରାଯାଇଥିଲା । ତେବେ ବିଭିନ୍ନ ଉପାୟରେ ମିଶ୍ରିତ ମିଠାକୁ ଚିହ୍ନଟ କରିହେବ । ଅସଲ ମିଠାର ଏକ ପ୍ରାକୃତିକ ସୁଗନ୍ଧ ରହିଥିବା ବେଳେ ତା’ର ଗନ୍ଧ ଅସାଧାରଣ ରହିଥିଲେ ମିଶ୍ରିତ ହୋଇଛି ବୋଲି ଜାଣିବେ । ମିଶ୍ରିତ ମିଠା ଅଧିକ ଚମକିବା ସହିତ ଅପ୍ରାକୃତିକ ରଙ୍ଗ ରହିଥାଏ । ଅନ୍ୟପକ୍ଷରେ ପ୍ରାକୃତିକ ମିଠାର ରଙ୍ଗ ହାଲୁକା ହେବା ସହ ସୁଗନ୍ଧିତ ହୋଇଥାଏ । ଅସଲି ମିଠାର ସ୍ୱାଦ ତାଜା ଓ ପ୍ରାକୃତିକ ହୋଇଥାଏ । ଯଦି ମିଠା ଖାଇଲେ ଅସ୍ୱାଭାବିକ ସ୍ୱାଦ ଆସେ, ତେବେ ସେଥିରେ ମିଶିଥାଏ । ଅନେକ ସମୟରେ ମିଠାରେ ହାନିକାରକ ରାସାୟନିକ ପଦାର୍ଥର ଉପଯୋଗ ହେବା ଦ୍ୱାରା ତା’ର ସ୍ୱାଦ ବିଗିଡ଼ି ଯାଇଥାଏ ।

ଯଦି ମିଠା ଖାଇବା ପରେ ଆପଣଙ୍କର ଶରୀରରେ କିଛି ଅସାମାନ୍ୟ ପ୍ରତିକ୍ରିୟା ଯେପରିକି ମୁଣ୍ଡ ବୁଲାଇଦେବା, ପେଟରେ ଯନ୍ତ୍ରଣା, କୌଣସି ପ୍ରକାରର ଆଲର୍ଜି ଦେଖା ଦେଉଛି ତେବେ ଭାବି ନିଅନ୍ତୁ ତାହା ମିଶ୍ରିତ ମିଠାର ସଙ୍କେତ ହୋଇପାରେ । ଯଦି ଆପଣଙ୍କ ଠାରେ ଏପରି କିଛି ସମସ୍ୟା ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ମିଠାରେ ହାନିକାରକ ସାମଗ୍ରୀ ମିଶିବା ସହ ଉଚ୍ଚ ମାତ୍ରାରେ ଚିନି ରହିଥିବାରୁ ତାହା ହୃଦ ରୋଗର କାରଣ ସାଜିପାରେ । ଏହି ମିଠାଇ ହାର୍ଟ ଆଟାକ ଓ ଦିଲ୍ ସହ ଜଡ଼ିତ ସମସ୍ୟାକୁ ଜନ୍ମ ଦେଇପାରେ । ସେଥିରେ କ୍ଷତିକାରୀ ରସାୟନ ଓ ଅତିରିକ୍ତ ସୋଡିୟମ ରହିଥିବାରୁ ତାହା କିଡନୀର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ଲଗାତର ଭାବେ ମିଶ୍ରିତ ମିଠା ସେବନ କଲେ ତାହା କିଡନୀର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିପାରେ । ମିଶ୍ରିତ ମିଠାରେ ଉପଯୋଗ ହେଉଥିବା ହାନିକାରକ ରସାୟନ ବାନ୍ତି, ପେଟ ସମସ୍ୟାକୁ ଜନ୍ମ ଦେଇଥାଏ । ଏହା ଆମର ପାଚନ ତନ୍ତ୍ରକୁ ର୍ଦୁବଳ କରିବା ସହିତ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ଏଥର ଦିୱାଲିରେ ଆପଣମାନେ ମିଠା କିଣବା ସମୟରେ ସତର୍କ ରୁହନ୍ତୁ । ଆପଣ ନିଜ ଘରେ ମିଠା ତିଆରି କରନ୍ତୁ ବା ସ୍ଥାନୀୟ ବଜାରୁ ପ୍ରମାଣିତ ବ୍ରାଣ୍ଡର ମିଠା କିଣନ୍ତୁ ।