ନୂଆଦିଲ୍ଲୀ: ଦେଶ ଆଜି ଖୁବ ଧୁମଧାମର ସହ ଦୀପାବଳି ପାଲନ କରୁଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି। ଏଥର ପିଏମ ମୋଦୀ ଗୁଜରାଟର କିଛି ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି। ଏହି ସମୟରେ ପିଏମ ମୋଦୀ ଯବାନଙ୍କୁ ଦୀପାବଳି ପର୍ବରେ ନିଜ ହାତରେ ମିଠା ଖୁଆଇଛନ୍ତି ଏବଂ ତାଙ୍କୁ ଦୀପାବଳି ଶୁଭେଚ୍ଚା ଜଣାଇଛନ୍ତି।
ସୂଚନା ମୁତାବକ, ପିଏମ ମୋଦୀ ପ୍ରଥମଥର ଗୁଜରାଟରେ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି। ଏହା ପୂର୍ବରୁ ସେ ଯେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ପିଏମ ମୋଦୀ କେଭାଡିଆରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଚ୍ଛ ପହଞ୍ଚିଛନ୍ତି, ଏଠାରେ ପିଏମ ମୋଦୀ ଯବାନଙ୍କ ସହ ସମୟ ବିତାଇଛନ୍ତି।
ପିଏମଙ୍କ ଏହି ଗସ୍ତରେ ଜାତୀୟ ଏକତା ଏବଂ ସୈନିକଙ୍କ ସମ୍ମାନର ପ୍ରତୀକ ଭାବେ ଦେଖିବାକୁ ମିଳୁଛି। ୨୦୨୩ ଦୀପାବଳିରେ ପିଏମ ମୋଦୀ ହିମାଚଳ ପ୍ରଦେଶରେ ଯବାନଙ୍କ ସହ ଦୀପାବଳି ପାଳନ ପାଇଁ ପହଞ୍ଚିଥିଲେ।