କମିଲା ନବୀନ ପଟ୍ଟନାୟକଙ୍କ ସୁରକ୍ଷା, Y ଶ୍ରେଣୀର ସିକ୍ୟୁରିଟି ପାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚନ ଏଭଳି ଏକ ପ୍ରକ୍ରିୟା ଯେଉଁଠାରେ ଜନତା ହିଁ ଜନାର୍ଦ୍ଦନ । ଲୋକଙ୍କ ଉପରେ ନିର୍ଭର କଲେ ସରକାରଙ୍କ ଭାଗ୍ୟ । ଯଦି କହିବା ରାଜନୀତିରେ ପରିବର୍ତ୍ତନ ଏକ ଧାରା । କିଏ କେତେବେଳେ କ୍ଷମତାକୁ ଆସିବ ଏବଂ କେତେବେଳେ ଗାଦି ଚାଲିଯିବ ସେସବୁ ଜନତା ସ୍ଥିର କରବେ । ଗାଦି ଚାଲିଯିବା ପରେ ମୁଣ଼୍ଡ ଉପରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉଠିଯାଏ । ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ଯୁଗ ଶେଷ ହୋଇଛି । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ଶ୍ରେଣୀ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୁରୁବାର ଦିନ ଏକ ଅଧିକାରୀ ସୂଚନା ଦେଇଥିବା ବେଳେ ଅନେକ ମିଡିଆ ରିପୋର୍ଟରେ ପ୍ରକାଶ କରାଯାଇଛି ।

ଉକ୍ତ ଅଧିକାରୀଙ୍କ କହିବା ଅନୁସାରେ, ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସୁରକ୍ଷା ସମ୍ବନ୍ଧୀୟ ଉଚ୍ଚ ସ୍ତରୀୟ କମିଟିର ଅନେକ ସୁପାରିଶ ପରେ ବିଜୁ ଜନତା ଦଳ ମୁଖ୍ୟ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି । ସୂଚନାନୁସାରେ, ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ନିୟୋଜିତ ଅଧିକାଂଶ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି । ବର୍ତ୍ତମାନ ହାବିଲଦାର ରାଙ୍କର 2 ସୁରକ୍ଷାକର୍ମୀଙ୍କୁ ତାଙ୍କ ସୁରକ୍ଷାରେ ନିୟୋଜିତ କରାଯିବ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାର ଦୁଇଟି PSO ଯୋଗାଇ ଦିଆଯାଇଛି । ଯଦି ଆବଶ୍ୟକ ହୁଏ ତାହେଲେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ନେଇ ଅଧିକାରୀ ଜଣକ କହିଛନ୍ତି ।