ଭାରତରେ ଖୋଲିବ Appleର ୪ଟି ନୂଆ ଷ୍ଟୋର: ଦୀପାବଳି ଅବସରରେ ବଡ଼ ଘୋଷଣା କଲେ କମ୍ପାନୀର ସିଇଓ ଟିମ୍ କୁକ୍

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଆପଲର କେବଳ ଦୁଇଟି ଷ୍ଟୋର ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ମୁମ୍ବାଇରେ ଓ ଅନ୍ୟଟି ଦିଲ୍ଲୀରେ ରହିଛି । ତେବେ ଖୁବଶୀଘ୍ର ଭାରତରେ ଆପଲର ଷ୍ଟୋର ସଂଖ୍ୟା ବଢ଼ିବାକୁ ଯାଉଛି । ଆପଲ ଭାରତରେ ଆଉ ୪ଟି ନୂଆ ଷ୍ଟୋର ଖୋଲିବାକୁ ଯାଉଛି । କମ୍ପାନୀର ସିଇଓ ଟିମ୍ କୁକ୍ ଦୀପାବଳୀ ଅବସରରେ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ଭାରତରେ ଆପଲ ପ୍ରଡକ୍ଟସ ଅନଲାଇନ୍ ଓ ଆପଲର ଅଥରାଇଜଡ୍ ଷ୍ଟୋରମାନଙ୍କରେ ମିଳିଥାଏ । ନୂଆ ଷ୍ଟୋର ଖୋଲିବା ଫଳରେ ଗ୍ରାହକଙ୍କୁ ଅଧିକ ସୁବିଧା ମିଳିପାରିବ ।

ଭାରତରେ ଅଫିସିଆଲ ଆପଲ ଷ୍ଟୋର ଖୋଲିବା ପରେ ଏଠାରେ ମାର୍କେଟ ପ୍ରେଜେନ୍ସ ବଢ଼ିବାର ସମ୍ଭାବନା ରହିଛି । ଏନେଇ ସିଇଓ କୁକ୍ କହିଛନ୍ତି, ‘ଆମେ ଭାରତରେ ଦୁଇଟି ଅଫିସିଆଲ ଷ୍ଟୋର ଖୋଲିଛୁ ଓ ଭାରତର ଗ୍ରାହକମାନେ ୪ଟି ନୂଆ ଆପଲ ଖୋଷ୍ଟ ଓପନକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ।’ ତେବେ ୪ଟି ନୂଆ ଷ୍ଟୋର ଭାରତର କେଉଁଠି କେଉଁଠି ଖୋଲିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଗାମୀ ସମୟରେ କମ୍ପାନୀ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇପାରେ ।

ସୂଚନାଯୋଗ୍ୟ ଯେ, ୨୦୨୪ର ତୃତୀୟ ତ୍ରୟମାସରେ ଆପଲ ରେକର୍ଡ ବ୍ରେକିଂ ରେଭିନ୍ୟୁ ଜେନେରେଟ୍ କରିଛି । ଆଇଫୋନର ସେଲ ସାରା ବିଶ୍ୱରେ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି ଓ ଏହା ଏକ ଗ୍ଲୋବାଲ ରେକର୍ଡ ବୋଲି କୁକ୍ କହିଛନ୍ତି । ଆଇପ୍ୟାଡ କମ୍ପାନୀକୁ ଫାଇଦା ଦେଉଛି ଓ ଏହରା ବିକ୍ରି ପୂର୍ବାପେକ୍ଷା ଅଧିକ ବଢ଼ିବାର ଲାଗିଛି । ଆଇପ୍ୟାଡ ସେଗମେଣ୍ଟରେ କମ୍ପାନୀର ଇୟର ଅନ୍ ଇୟର ୮ ପ୍ରତିଶତ ବୃଦ୍ଧି ଘଟିଛି । ଯେହେତୁ ଦୀର୍ଘ ସମୟ ଧରି ଭାରତରେ ଗୋଟିଏ ବି ଆପଲ ଷ୍ଟୋର ନଥିଲା, ତେଣୁ ଭାରତରେ ୪ଟି ନୂଆ ଆପଲ ଷ୍ଟୋର ଖୋଲିବା ପରେ କମ୍ପାନୀର ଲୋକାଲ ପ୍ରେଜେନ୍ସ ବୃଦ୍ଧି ପାଇବ ।