ନୂଆଦିଲ୍ଲୀ: ଅନେକ ସମୟରେ ଆମ ପାଖପାଖରେ କିଛି ଲୋକଙ୍କର ଅଜବ କାରନାମା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ହରଦୋଇରୁ ଆସିଛି ଏକ ଅଜବ ମାମଲା । ମାତ୍ର ୨୫୦ ଗ୍ରାମର ଆଳୁ ଚୋରି ହୋଇଯାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତି ପୋଲିସକୁ କଲ୍ କରିଛନ୍ତି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣଙ୍କ ରୋଷେଇ କରିବା ପାଇଁ କିଛି ଆଳୁ ରଖି ଘର ଛାଡ଼ିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ଘରେ ପହଞ୍ଚି ଦେଖନ୍ତି ତ ତାଙ୍କ ଆଳୁ ନଥିଲା । ଏହାପରେ ସେ ବ୍ୟତିବ୍ୟସ୍ତ ହୋଇ ୧୧୨ ନମ୍ବରରେ ପୋଲିସକୁ ଡାଏଲ୍ କରିଥିଲେ ।
ତେବେ ଜଣାପଡ଼ିଛି ଯେ, ୨୫୦ ଗ୍ରାମର ଆଳୁ ଚୋରି ଅଭିଯୋଗରେ ପୋଲିସକୁ କଲ୍ କରିଥିବା ବ୍ୟକ୍ତି ଜଣଙ୍କ ମଦ୍ୟପାନ କରିଥିଲେ । ହରଦୋଇର ମାମ୍ନା ପୁରୁଆ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହା ତାଙ୍କର ଘରର ମାମଲା ଓ ତାଙ୍କର ଆଳୁ ଚୋରି ହୋଇଯାଇଥିବା ସେ ପୋଲିସରେ ଅଭିଯୋଗ କରିଥିବା ବ୍ୟକ୍ତିଜଣଙ୍କ ଭିଡିଓରେ କହୁଥିବା ଦେଖାଯାଇଥିଲା । ଏଥିସହିତ ଏହି ଘଟଣାକୁ ପୋଲିସ ତଦନ୍ତ କରୁ ବୋଲି ବ୍ୟକ୍ତିଜଣଙ୍କ ପୋଲିସକୁ କହିଥିଲେ । ତେବେ ଏହି ଭିଡିଓ ଦେଖିବା ପରେ ୟୁଜର୍ସ ନାନା ପ୍ରକାରର ମଜାଳିଆ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଥିଲା ।
मेरे आलू गायब हो गए.. दो ढाई सौ ग्राम थे.. 4 बजे छोलके रखके गए थे.. सोचा था खा-पीके आऊंगा, बनाऊंगा.. किसी ने चोरी कर लिए.. यही जांच करनी है.. बेचारे भोले-भाले मजदूर के साथ ट्रेजडी हो गई. अब बताइए, कहां से लाए आधी रात को आलू!! पुलिस की नौकरी क्या न कराए.. ढूंढिए पुलिस जी आलू.. pic.twitter.com/9GKsufW82V
— Vivek K. Tripathi (@meevkt) November 1, 2024